ETV Bharat / city

6 ମାସକୁ ପାର କଲା 6 ସପ୍ତାହର ସଂକ୍ରମଣ ସଂଖ୍ୟା

author img

By

Published : Apr 13, 2021, 6:32 PM IST

ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । 6 ମାସରେ ଯେତିକି ସଂକ୍ରମଣ ସଂଖ୍ୟା ହୋଇଥିଲା 6 ସପ୍ତାହରେ ସେତିକି ସଂଖ୍ୟା ହୋଇଛି । ଅଧିକ ପଢନ୍ତୁ..

6 ମାସ ସଂକ୍ରମଣ ସଂଖ୍ୟାକୁ ପାର କଲା 6 ସପ୍ତାହର ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । ରାଜ୍ୟରେ ରାପିଡି ଗ୍ରୋଥ ହୋଇଛି । 6 ମାସରେ ଯେଉଁ କୋରୋନା ସଂକ୍ରମଣ ବଢିଥିଲା ଏବେ 6 ସପ୍ତାହରେ ସଂକ୍ରମଣ ସେତିକି ବଢିଛି । ରାଜ୍ୟରେ 90 ପ୍ରତିଶତ ଲୋକେ ହୋମ ଆଇସୋଲେସନରେ ଅଛନ୍ତି ।

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି । ଗତଥର ଯେଉଁ ପଜିଟିଭ ସଂଖ୍ୟା 6 ମାସରେ ବଢିଥିଲା ତାହା ଏଥର 6 ସପ୍ତାହରେ ବଢିଛି । ମାତ୍ର ଆମେ ଟେଷ୍ଟ ଟ୍ରାକିଂ ଓ ଟ୍ରେସିଂ ଉପରେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।

ପ୍ରତି ବ୍ଲକରେ ଆରଆରଟି କରାଯାଉଛି । କଣ୍ଟେନମେଣ୍ଟ ଜୋନରେ ମଧ୍ୟ ଟେଷ୍ଟ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କେଉଁ ଷ୍ଟ୍ରେନ ପାଇଁ ସଂଖ୍ୟା ବଢୁଛି ତାହା ସ୍ପଷ୍ଟ ହୋଇନାହିଁ । ଓଡ଼ିଶାରେ ଏବେ 90 ପ୍ରତିଶତ ଲୋକ ହୋମ ଆଇସଲେସନରେ ରହିପାରିବା ଭଳି ସ୍ଥିତିରେ ରହିଛନ୍ତି ।

ତେବେ ରାଜ୍ୟରେ ଭରପୁର ହସ୍ପିଟାଲ ଏବଂ ବେଡ଼ ରହିଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ପ୍ରାଇଭେଟ ଅପରେଟରଙ୍କ ସହ କଥା ହୋଇ ପ୍ରାଇଭେଟ ହସ୍ପିଟାଲକୁ ପ୍ରସ୍ତୁତ ରଖିବେ । ଯଦି ଦରକାର ପଡେ ତେବେ ଜିଲ୍ଲା ଗୁଡିକରେ ସଂଗେ ସଂଗେ ହସ୍ପିଟାଲ ଲୋକଙ୍କୁ ଯୋଗାଇ ଦିଆଯାଇପାରିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.