ETV Bharat / city

ସରପଞ୍ଚ, ୱାର୍ଡମେମ୍ବର ଚିହ୍ନଟ କରିବେ କୋରୋନା ସନ୍ଦିଗ୍ଧ

ମହାମାରୀ କୋରୋନାକୁ ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଥିଲେ । ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ଅଧିକାରୀ ଚିହ୍ନଟ କରିବେ କୋରୋନା ସନ୍ଦିଗ୍ଧ । ଯଦି 14 ଦିନ ପୂର୍ବରୁ କୌଣସି ବ୍ୟକ୍ତି ବାହାର ଦେଶରୁ ଆସିଥିବେ ତେବେ ସେମାନଙ୍କ ତଥ୍ୟ ଦେବେ ।

author img

By

Published : Mar 14, 2020, 10:48 PM IST

corona
corona

ଭୁବନେଶ୍ବର: ସବୁଠି କୋରୋନା ଚର୍ଚ୍ଚା । ଗ୍ରାମାଞ୍ଚଳରେ ଆକ୍ରାନ୍ତ ଚିହ୍ନଟ କରିବାକୁ ସରକାର ଆଇନରେ ବ୍ୟବସ୍ଥା କରିଛନ୍ତି । ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ଅଧିକାରୀ ପ୍ରଥମେ ଚିହ୍ନଟ କରି ବିଡିଓଙ୍କୁ ଜଣାଇବେ ।

corona
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯଦି 14 ଦିନ ପୂର୍ବରୁ କୌଣସି ବ୍ୟକ୍ତି ବାହାର ଦେଶରୁ ଆସିଥିବେ ତେବେ ସେମାନଙ୍କ ତଥ୍ୟ ଦେବେ । ଜିଲ୍ଲାପାଳଙ୍କୁ ସବିଶେଷ ତଥ୍ୟ ଦେବେ । ସେହିଭଳି ସହରାଞ୍ଚଳରେ କାଉନସିଲର, କର୍ପୋରେଟର ତଥ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିବେ ।

ସେମାନେ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ତଥ୍ୟ ଦେବେ । ନାଁ, ବୟସ, ଠିକଣା, ଆଦି ପ୍ରଦାନ କରିବେ । ସେହିପରି ଅଫିସର ମାନେ ନିଜ ନିଜର ଅଞ୍ଚଳରେ କେଉଁଠି ଲୋକଙ୍କ ମେଳି ହେଉଛି, ଅଧିକ ଲୋକ ଏକଜୁଟ ହେଉଛନ୍ତି କି ନାହିଁ ତାହା ଅନୁଧ୍ୟାନ କରିବେ । ସେମାନଙ୍କୁ କ୍ଷମତା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.