ETV Bharat / city

୩୦ ଜିଲ୍ଲାକୁ ସାଢେ ୪୪ କୋଟି, ମେଡିସିନ ସପ୍ଲାୟରଙ୍କୁ ୫୦% ଇନସେଟିଭ - ରାଜ୍ୟ ଔଷଧ ଯୋଗାଣ ନିଗମ

ରାଜ୍ୟ ଔଷଧ ଯୋଗାଣ ନିଗମକୁ ଯୋଗାଉଥିବା ମେଡିସିନ ସପ୍ଲାୟରଙ୍କୁ ଇନସେଟିଭ ଦେବାର ନୂଆ ନିଷ୍ପତି ନିଆଯାଇଛି। ସମସ୍ତ ଚିକିତ୍ସାଳୟକୁ ଔଷଧ ସାମଗ୍ରୀ ଓ ଉପକରଣ ଯୋଗାଇବା ପାଇଁ ହୋଇଛି ପ୍ରସ୍ତୁତି। ଅଧିକ ପଢନ୍ତୁ...

suplyer
୩୦ ଜିଲ୍ଲାକୁ ସାଢେ ୪୪ କୋଟି
author img

By

Published : Mar 25, 2020, 8:14 PM IST

ଭୁବନେଶ୍ବର: କୋରୋନା ମୁକାବିଲା ନେଇ ୩୦ଟି ଜିଲ୍ଲାକୁ ପଠାଗଲା ଆର୍ଥିକ ରାଶି । ସାଢେ ୪୪ କୋଟି ଟଙ୍କା ସମସ୍ତ ୩୦ ଜିଲ୍ଲାକୁ ପଠାଇଛନ୍ତି ରାଜ୍ୟ ସରକାର। ସେହିପରି କୋରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ନୁଆ ନିଷ୍ପତି। ସମସ୍ତ ଚିକିତ୍ସାଳୟକୁ ଔଷଧ ସାମଗ୍ରୀ ଓ ଉପକରଣ ଯୋଗାଇବା ପାଇଁ ହୋଇଛି ପ୍ରସ୍ତୁତି। ଏନେଇ ରାଜ୍ୟ ଔଷଧ ଯୋଗାଣ ନିଗମକୁ ଯୋଗାଉଥିବା ମେଡିସିନ ସପ୍ଲାୟରଙ୍କୁ ଇନସେଟିଭ ଦେବାର ନୂଆ ନିଷ୍ପତି ନିଆଯାଇଛି। ଯଦି ଧାର୍ଯ୍ୟ ସମୟର ୭ ଦିନ ପୂର୍ବରୁ ମେଡିସିନ ଓ ମେଡିକାଲ ସମ୍ବନ୍ଧୀୟ ଉପକରଣ ଯୋଗାନ୍ତି ତେବେ ସେମାନଙ୍କୁ ୫୦ ପ୍ରତିଶତ ଇନସେଟିଭ ଦେବାକୁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତି।

୩୦ ଜିଲ୍ଲାକୁ ସାଢେ ୪୪ କୋଟି

ସେହିପରି ୧୫ ଦିନ ଆଗରୁ ଦେଲେ ୨୫ ପ୍ରତିଶତ ଓ ୩୦ ଦିନ ଆଗରୁ ଡେଲିଭରୀ ଦେଲେ ୧୦ ପ୍ରତିଶତ ଇନସେଟିଭ ଦେବାକୁ ହୋଇଛି ନିଷ୍ପତି। ସେହିପରି ଡେଲିଭରୀ ପରର ୨୪ ଘଣ୍ଟା ମଧ୍ୟରେ ପେମେଣ୍ଟ ସହ ଟ୍ରାନସପୋର୍ଟେସନ ଚାର୍ଜ ଦେବାକୁ ମଧ୍ୟ ରାଜ୍ୟ ଔଷଧ ଯୋଗାଣ ନିଗମକୁ ଦିଆଯାଇଛି ଅନୁମତି। ତେବେ ଏହା ଦ୍ବାରା ଖୁବଶୀଘ୍ର ରାଜ୍ୟର ସମସ୍ତ ଚିକିତ୍ସାଳୟରେ ଚିକିତ୍ସା ଉପଯୋଗୀ ଔଷଧପତ୍ର ସହ ଚିକିତ୍ସା ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରିବ।

ସେପଟେ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇଛି ଓଏମସି। କୋରୋନା ମୁକାବିଲା ନେଇ ଓଏମସି ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇଛନ୍ତି। ଏନେଇ ରାଜ୍ୟ ରିଲିଫ ପାଣ୍ଠିଙ୍କୁ ଓଡିଶା ମାଇନିଂ କର୍ପୋରେସନ ସୋସିଆଲ ରେସପନ୍ସ ପାଣ୍ଠିରୁ ୫୦୦ କୋଟି ଟଙ୍କା ସହ ଇଣ୍ଟରାଲ ଡିଭିଡାଣ୍ଟ ଫଣ୍ଡ ପାଇଁ ୨୫୦ କୋଟି ଟଙ୍କା ସହାୟତା ଦେଇଛନ୍ତି। ସେହିପରି ଇଣ୍ଡିଆନ ଫାର୍ମରସ ଓ ଫର୍ଟିଲାଇଜର ଆସୋସିଏସନ ସ୍ବତଃପୁରିତ ଭାବେ ଆବଶ୍ୟକୀୟ ଉପକରଣ ଯୋଗାଇବାକୁ ସହମତି ପ୍ରକାଶ କରିଛି। ଅତ୍ୟାବଶକ ଜିନିଷ ପାଇଁ ମାଲବାହି ଗାଡି ଚାଲିପାରିବ। ଏନେଇ କିଏ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବ୍ରତ ବାଗଚି କହିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭ ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.