ETV Bharat / city

କଷ୍ଟ ହେବନି କୋରାନା ଯୁଦ୍ଧ, ଓଡିଶା ଆସିଲା ଅତ୍ୟାଧୁନିକ ମେସିନ

author img

By

Published : Apr 17, 2020, 11:29 PM IST

କୋରୋନା ମୁକାବିଲା ପାଇଁ ଏମସ ଓ ଆରଏମଆରସିରେ ଲଗାଯିବ ଅତ୍ୟାଧୁନିକ ମେସିନ । ଏହି ମେସିନକୁ ନେଇ ଭୁବନେଶ୍ବର ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି ଫାର୍ମା କାର୍ଗୋ ।

Medical Equipment ready for corona fight in odisha
କଷ୍ଟ ହେବନି କୋରାନା ଯୁଦ୍ଧ , ଓଡିଶା ଆସିଲା ଅତ୍ଯାଧୁନିକ ମେସିନ

ଭୁବନେଶ୍ବର: କୋରୋନା ମୁକାବିଲା ନେଇ ଅଣ୍ଟା ଭିଡିଲା ଓଡିଶା। ତୟାର କୋଭିଡ ହସ୍ପିଟାଲ । ପ୍ରସ୍ତୁତ ସ୍ବାସ୍ଥ୍ୟ ସେବା କର୍ମଚାରୀ । ଏମସ ଠୁ ଆରମ୍ଭ କରି କୋଭିଡ ହସ୍ପିଟାଲ ସବୁଆଡେ ଚାଲିଛି ଯୁଦ୍ଧକାଳୀନ ସ୍ଥିତିରେ ପ୍ରସ୍ତୁତି। ଏହି କ୍ରମରେ ଭୁବନେଶ୍ବରରେ ପହଞ୍ଚିଛି ଅତ୍ୟାଧୁନିକ ମେସିନ ।

ଏହି ମେସିନକୁ କୋରୋନା ମୁକାବିଲା ପାଇଁ ଏମସ ଓ ଆରଏମଆରସିରେ ଲଗାଯିବ । ଆଗକୁ ରାପିଡ ଟେଷ୍ଟ ସହ ଭୁବନେଶ୍ବରର ସମସ୍ତ ଲୋକଙ୍କ ସାମ୍ପଲ ଟେଷ୍ଟ ହେବ । ତେବେ ଟେଷ୍ଟିଂ କିଟ ସହ ଟେଷ୍ଟ ରିପୋର୍ଟ ପ୍ରସ୍ତୁତ। ସନ୍ଦେହଜନକ ରୋଗୀଙ୍କ ନମୁନା ସଂଗ୍ରହ ସହ ମେଡିକାଲ ଟ୍ରିଟମେଣ୍ଟ ହେଉଛି । ଏଥିପାଇଁ ମେସିନ ଇନଷ୍ଟଲେସନ ପ୍ରକ୍ରିୟା ଚାଲିଛି ।

ବିଶେଷ ଅତ୍ୟାଧୁନିକ ମେସିନ ସହ ଭୁବନେଶ୍ବର ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି ଫାର୍ମା କାର୍ଗୋ । କୋଲକତାରୁ ଆଲିଆନସ ଏୟାର ଯୋଗେ ଏହା ପହଞ୍ଚିଛି । ଯାହାକୁ ସିଧାସଳଖ ଓଡିଶା ଔଷଧ ନିଗମ ଓ ଏମସ ସହ ଆରଏମଆରସିକୁ ପଠାଯାଇଛି । ଏହାକୁ କମ ଦିନ ମଧ୍ୟରେ ଇନଷ୍ଟଲେସନ କରି କାର୍ଯ୍ୟକ୍ଷମ ପାଇଁ ବ୍ୟବସ୍ଥା କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.