ଭୁବନେଶ୍ବର: କୋରୋନା ରୂପକ ମହାମାରୀ ପାଇଁ ସମସ୍ତେ ଭୟଭୀତ । ଖାସକରି ବାହାର ରାଜ୍ୟରେ ରହୁଥିବା ପ୍ରବାସୀମାନେ ଏନେଇ ଅଧିକ ଭୟଭୀତ ଥିବାବେଳେ ସବୁ କାମଧନ୍ଦା ଛାଡି ଘରମୁହାଁ ହେଉଛନ୍ତି ଶହ ଶହ ଶ୍ରମିକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ସତ୍ୟନଗର ସ୍ଥିତ ବିଏମସି ବିଲଡିଂ ରେ କାମ କରୁଥିବା ଶହ ଶହ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଥିବା ବେଳେ ବାଣୀବିହାରରେ ଅଟକାଇଛି ପୋଲିସ।
ସୂଚନା ଅନୁସାରେ, ଲକଡାଉନ ଯୋଗୁଁ ସବୁକିଛି ବନ୍ଦ ରହିଛି । ଆଉ ଏଭଳି ସ୍ଥିତିରେ ଏହି ଶ୍ରମିକମାନେ ଓଡିଶାକୁ କାମ କରିବାକୁ ଆସିଥିବା ଏହି ଶ୍ରମିକମାନେ ତାଲାବନ୍ଦ ଯୋଗୁଁ ଏଠାରେ ଫସି ରହିଥିଲେ । ତେବେ ଦିନକୁ ଦିନ କୋରୋନାର ଭୟାଭୟତାକୁ ଦେଖି ପାଦରେ ଚାଲି ଚାଲି ସୁଦୁର ଝାରଖଣ୍ଡ ଓ ବିହାର ଯିବାକୁ ବାହାରିଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।
ତେବେ ପାଦରେ ଚାଲିଚାଲି ଯାଉଥିବା ଦେଖି ପୋଲିସ ଏମାନଙ୍କୁ ଅଟକାଇବା ସହ ବୁଝାସୁଝା କରିଥିଲା। ହେଲେ ଘରକୁ ଯିବାକୁ ଜିଦ ଧରିବାରୁ ଠିକଦାରକୁ ଡକାଇ ଏମାନଙ୍କ ପଞ୍ଜୀକୄତ କରାଇ ଯିବାକୁ ପୋଲିସ କହିଥିଲା । ପରେ ସେମାନଙ୍କ ଯିବାପାଇଁ ବନ୍ଦୋବସ୍ତ କରିବାର ପ୍ରତିଶ୍ରୁତି ପରେ ସେମାନେ ରାସ୍ତାରୁ ହଟି ଭୁବନେଶ୍ବର ସ୍ଥିତ ରହୁଥିବା ସ୍ଥାନକୁ ଫେରିଥିଲେ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ