ETV Bharat / city

ଏଣିକି ରାସନ ସାମଗ୍ରୀ ନେବାକୁ ଦରକାର ପଡିବନି ଫିଙ୍ଗର ପ୍ରିଣ୍ଟ

author img

By

Published : Jul 18, 2020, 1:24 PM IST

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାସନ ସାମଗ୍ରୀ ନେବା ବେଳେ ଫିଙ୍ଗର ପ୍ରିଣ୍ଟକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ପାଇଁ ଯୋଗଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଧାର ବାୟୋମେଟ୍ରିକ ପାଇଁ ଫିଙ୍ଗର ପ୍ରିଣ୍ଟ ସ୍କାନର, ଆଇରିସ ବ୍ୟବସ୍ଥା ବନ୍ଦ କରାଯାଇଛି। ଅଧିକ ଖବର ପଢନ୍ତୁ...

ଏଣିକି ରାସନ ସାମଗ୍ରୀ ନେବାକୁ ଦରକାର ପଡିବନି ଫିଙ୍ଗର ପ୍ରିଣ୍ଟ
ଏଣିକି ରାସନ ସାମଗ୍ରୀ ନେବାକୁ ଦରକାର ପଡିବନି ଫିଙ୍ଗର ପ୍ରିଣ୍ଟ

ଭୁବନେଶ୍ବର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାସନ ସାମଗ୍ରୀ ନେବା ବେଳେ ଫିଙ୍ଗର ପ୍ରିଣ୍ଟକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ପାଇଁ ଯୋଗାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଧାର ବାୟୋମେଟ୍ରିକ ପାଇଁ ଫିଙ୍ଗର ପ୍ରିଣ୍ଟ ସ୍କାନର, ଆଇରିସ ବ୍ୟବସ୍ଥା ବନ୍ଦ କରାଯାଇଛି। କଣ୍ଟ୍ରୋଲ ଦୋକାନୀ ମାନେ ସାମଗ୍ରୀ ଦେବାବେଳେ ହିତାଧିକାରୀଙ୍କ ଟିପ ଚିହ୍ନ ଓ ଆଇରିସ୍ ମେସିନ୍ ବାଧ୍ୟତାମୂଳକ ବୋଲି ସରକାର କହିବା ପରେ ଭୟଭୀତ ଥିଲେ କଣ୍ଟ୍ରୋଲ ଦୋକାନୀ।

ପୂର୍ବରୁ ଭୁବନେଶ୍ଵରରେ କମ୍ କୋରୋନା ରୋଗୀ ଥିବାବେଳେ ବିନା ବାୟୋମେଟ୍ରିକରେ ସାମଗ୍ରୀ ଦିଆଯାଉଥିଲା। ତେଣୁ କିଛି କଣ୍ଟ୍ରୋଲ ଦୋକାନୀ ମାନେ ଚଳିତ ମାସ ଏକ ତାରିଖରୁ କୌଣସି ସାମଗ୍ରୀ ହିତାଧିକାରୀଙ୍କୁ ଦେଉ ନଥିଲେ। ଗୋଟିଏ ପଟେ ସରକାର ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଲକ୍ଷ ଲକ୍ଷ ଲୋକଙ୍କୁ କରୋନାରେ ସଂକ୍ରମିତ ହେବା ପାଇଁ ଯୋଜନା କରୁଛନ୍ତି ବୋଲି ସେମାନେ କହିଥିଲେ।

ରାଜଧାନୀରେ 108ଟି କଣ୍ଟ୍ରୋଲ ଦୋକାନ ରହିଛି । ଦୋକାନୀ ମାନେ ପୂର୍ବରୁ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ଏହାକୁ ଆଧାର କରି ଯୋଗାଣ ମନ୍ତ୍ରୀ ଏନେଇ ଟ୍ବିଟ କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.