ଭୁବନେଶ୍ବର: କୋରୋନା ପାଇଁ ଓଜେଇଇ ଅନଲାଇନ ପରୀକ୍ଷାରେ ସାମିଲ ହେଲା 5 ସହର । ଏହି ସହର ଗୁଡିକରେ ଅନଲାଇନ ପରୀକ୍ଷା କେନ୍ଦ୍ର ରହିଛି । ଛାତ୍ରଛାତ୍ରୀ ଜୁଲାଇ 31 ପର୍ଯ୍ୟନ୍ତ ତାଙ୍କ ପସନ୍ଦର ସହର ପରିବର୍ତ୍ତନ କରିପାରିବେ ।
କୋଭିଡ-19 ମହାମାରୀରୁ ଉତ୍ପନ୍ନ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି 5ଟି ନୂତନ ସହରରେ ଅନଲାଇନ ପରୀକ୍ଷା କେନ୍ଦ୍ର ଯୋଡି ହୋଇଛି । ଯେଉଁ ପ୍ରାର୍ଥୀମାନେ ଆବେଦନ ପ୍ରକ୍ରିୟା ସମାପ୍ତ କରିସାରିଛନ୍ତି, ସେମାନେ ମଧ୍ୟ 24.07.2020 ରୁ 31.07.2020 ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରଗୁଡିକର ପସନ୍ଦକୁ ପରିବର୍ତ୍ତନ କରିପାରିବେ ।

ପାଠ୍ୟକ୍ରମର ଆବେଦନ ଫର୍ମର ପ୍ରକାର ବି ଫର୍ମା, ଏମବିଏ, ଏମସିଏ, ଏମଟେକ, ଏମ ଫାର୍ମା, ଏମବିଏ ଫର୍ମ ଏବଂ ବିଟେକ ସ୍ୱତନ୍ତ୍ର ଓଜେଇଇ ଅନଲାଇନ ଆବେଦନ ଫର୍ମ ଦାଖଲ କରିପାରିବେ। 31.07.2020 ଅନଲାଇନ ଫି ଦେୟ ପାଇଁ ଶେଷ ତାରିଖ ରହିଥିବା ବେଳେ, ଯୋଡି ହୋଇଥିବା ନୂତନ ସହରଗୁଡ଼ିକ ହେଉଛି ଅନୁଗୋଳ, ବାରିପଦା, ବରଗଡ, ଜୟପୁର ଓ କେନ୍ଦୁଝର । ପରୀକ୍ଷା ତାରିଖ ଏବଂ ଆଡମିଟ କାର୍ଡ ଡାଉନଲୋଡ ପାଇଁ ତାରିଖ ସମ୍ବନ୍ଧରେ ବିସ୍ତୃତ କାର୍ଯ୍ୟସୂଚୀ 31.07.2020 ପରେ ସ୍ଥିତିର ମୂଲ୍ୟାଙ୍କନ ଉପରେ ଠିକ ସମୟରେ ସୂଚିତ କରାଯିବ ବୋଲି ସୂଚନା ମିଳିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ