ETV Bharat / city

ରାଜ୍ୟରେ ଚାରି ଅଙ୍କ ଛୁଇଁଲା ମୃତ୍ୟୁ ସଂଖ୍ୟା: ପ୍ରଥମରେ ଗଞ୍ଜାମ

author img

By

Published : Oct 10, 2020, 1:52 PM IST

ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏକ ହଜାର ପାର ହୋଇଥିବା ବେଳେ ଏବେ ପ୍ରଥମ ସ୍ଥାନରେ ରହିଛି ଗଞ୍ଜାମ, 2ୟରେ ରହିଛି ଖୋର୍ଦ୍ଧା, ତୃତୀୟରେ କଟକ ରହିଛି ।

ରାଜ୍ୟରେ ଚାରି ଅଙ୍କ ଛୁଇଁଲା ମୃତ୍ୟୁ ସଂଖ୍ୟା: ପ୍ରଥମରେ ଗଞ୍ଜାମ
ରାଜ୍ୟରେ ଚାରି ଅଙ୍କ ଛୁଇଁଲା ମୃତ୍ୟୁ ସଂଖ୍ୟା: ପ୍ରଥମରେ ଗଞ୍ଜାମ

ଭୁବନେଶ୍ବର: ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏକ ହଜାର ପାର ହୋଇଥିବା ବେଳେ ଏବେ ପ୍ରଥମ ସ୍ଥାନରେ ରହିଛି ଗଞ୍ଜାମ, 2ୟରେ ରହିଛି ଖୋର୍ଦ୍ଧା, ତୃତୀୟରେ କଟକ । ତେବେ ଭାରତରେ ମୃତ୍ୟୁ ହାର ଅପେକ୍ଷା ଓଡିଶାରେ ମୃତ୍ୟୁହାର କମ ରହିଛି । ସରକାରୀ ତଥ୍ୟ ଅନୁଯାୟୀ, ଗଂଜାମରେ 222 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରେ 168 ଜଣ ମୃତ୍ୟୁ ଘଟିଛି, ତୃତୀୟରେ କଟକରେ 84 ଜଣ ମୃତ୍ୟୁ ହୋଇଥିବା ବେଳେ ପୁରୀରେ 67 ରହିଛି ।

ସେହିପରି ବାଲେଶ୍ବରେ 51 ଜଣ, ସୁନ୍ଦରଗଡରେ 45 ଜଣ, ରାୟଗଡାରେ 39ଜଣ, ନୟାଗଡରେ 35, ମୟୁରଭଞ୍ଜରେ 31, କନ୍ଧମାଳରେ 25, ବଲାଙ୍ଗୀରରେ 25, ସମ୍ବଲପୁରରେ 24, ଗଜପତିରେ 23, ଭଦ୍ରକରେ 15, ଜଗତସିଂହପୁରରେ 14, କଳାହାଣ୍ଡିରେ 14, ବରଗଡରେ 14, କେନ୍ଦ୍ରାପଡାରେ 14, ମାଲକଙ୍ଗିରରେ 13, ଯାଜପୁରରେ 13, କେନ୍ଦୁଝରରେ 12, ଢେଙ୍କାନାଳରେ 10, ସୁବର୍ଣ୍ଣପୁରରେ 10 ଜଣ, ଅନୁଗୁଳରେ 8, ବୌଦ୍ଧରେ 6, ଝରସୁଗୁଡ଼ାରେ 3, ଦେଓଗଡରେ 1, ନୂଆପଡାରେ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି।

ରାଜ୍ୟରେ ଯେତିକି ମାତ୍ରରେ ସଂକ୍ରମଣ ବଢୁଛି ସେତିକି ମାତ୍ରାରେ ମୃତ୍ୟୁ ସଂଖ୍ୟା ବଢି ବଢିଯାଉଛି। ତେବେ 6 ମାସ ମାଧ୍ୟମରେ ରାଜ୍ୟରେ 2ଲକ୍ଷ 49 ହାଜର 693 ଜଣ ସଂକ୍ରମଣ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ 1006 ଜଣ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଘଟୁଥିବା କୋରୋନାରେ ମୃତ୍ୟୁ ସଂଖ୍ୟା ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ମୃତ୍ୟୁ ସଂଖ୍ୟା ଅଧିକ ରହିଛି।

ଅନ୍ୟପଟେ କୋଭିଡ ମୃତ୍ୟୁହାର ଜାତୀୟ ମୃତ୍ୟୁହାର ଠାରୁ ଓଡିଶାରେ ମୃତ୍ୟୁହାର କମ ରହିଛି। ରାଜ୍ୟ ସରକାରଙ୍କର କୋଭିଡ ମୁକାବିଲା ଏବେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି। କେବଳ ମୃତ୍ୟୁ ନୁହେଁ ରୋଗୀ ସେବା ମେଡ଼ିସିନ କଳାବଜାରୀ ରୋକିବା ଆଦି କ୍ଷେତ୍ରରେ ଅନ୍ୟ ରାଜ୍ୟକୁ ବାଟ ଦେଖାଇଛି ଓଡିଶା। ଦେଶରରେ 10 ଲକ୍ଷ ଜନସଂଖ୍ୟାରେ 68 ଜଣ କରୋନାରେ ପ୍ରାଣ ହରାଉଥିବାବେଳେ ଓଡିଶାରେ 17 ଜଣ ପ୍ରାଣ ହରାଉଛନ୍ତି।

ଜାତୀୟ କୋରୋନା ମୃତ୍ୟୁ ହାର ଠାରୁ କମ ଥିବା 23ଟି ରାଜ୍ୟ କେନ୍ଦ୍ରଶାସିତ ମଧ୍ୟରେ ଓଡିଶା 17 ନମ୍ବର ସ୍ଥାନରେ ରହିଛି। ଓଡିଶା ସହ ଝାଡ଼ଖଣ୍ଡରେ ମଧ୍ୟ ସମାନ ମୃତ୍ୟୁ ହାର ରହିଛି। ଓଡିଶା ପରେ ମେଘାଳୟ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ବିହାର, ମିଜୋରାମ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.