ETV Bharat / city

ଲକଡାଉନ ସତ୍ତ୍ବେ ମୃତ୍ୟୁ ସଂଖ୍ୟା 1000 ପାର

author img

By

Published : Jun 10, 2021, 9:32 PM IST

Updated : Jun 10, 2021, 9:44 PM IST

ମେ 5 ତାରିଖରୁ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି । ମାତ୍ର ରାଜ୍ୟରେ କଟକଣା ସତ୍ତ୍ବେ ମେ 5ରୁ ଜୁନ 10 ତାରିଖ ମଧ୍ୟରେ 1074 କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

ଲାକଡାଉନ ସତ୍ତ୍ବେ ମୃତ୍ୟୁ ସଂଖ୍ୟା 1000 ପାର
ଲାକଡାଉନ ସତ୍ତ୍ବେ ମୃତ୍ୟୁ ସଂଖ୍ୟା 1000 ପାର

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଲକଡାଉନ ଲାଗୁ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମେ 5 ତାରିଖରୁ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି । ମାତ୍ର ଏବେସୁଦ୍ଧା ଏକ ହଜାର ପାର କରିସାରିଛି ମୃତ୍ୟୁ ସଂଖ୍ୟା।

ରାଜ୍ୟରେ ଏବେ ଦୈନିକ 40ରୁ ଉର୍ଦ୍ଧ୍ବ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମେ 5ରୁ ଜୁନ 10 ତାରିଖ ମଧ୍ୟରେ 1074 କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 3167କୁ ବୃଦ୍ଧି ପାଇଛି ।

ସରକାରୀ ତଥ୍ୟ ଅନୁଯାୟୀ, ଖୋର୍ଦ୍ଧାରେ 517 ଜଣ ସର୍ବାଧିକ କୋରୋନା ରେ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡରେ 299, ପୁରୀରେ 165, ରାୟଗଡାରେ 124, ମୟୂରଭଞ୍ଜରେ 107, କଳାହାଣ୍ଡିରେ 143, ଗଞ୍ଜାମରେ 294, କଟକରେ 197, ବାଲେଶ୍ବରରେ 111 ଓ ଅନୁଗୋଳରେ 144 ଜଣ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟରେ ଲକଡାଉନ ଆହୁରି 6 ଦିନ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିବାର କାରଣ ମେ ଶେଷ ସପ୍ତାହରେ ରାଜ୍ୟରେ ପଜିଟିଭିଟି ସଂଖ୍ୟା 10 ହଜାର ଉପରେ ରହୁଥିଲା। ଏବଂ ଅଧିକାଂଶ ଆକ୍ରାନ୍ତ ଆଇସିୟୁ ଓ ଭେଣ୍ଟିଲେଟରରେ ରହୁଥିଲେ। ସେହି ଦୃଷ୍ଟିରୁ ଅଧିକ ଗୁରୁତର ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହେଉଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 10, 2021, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.