ଭୁବନେଶ୍ବର: ମହାମାରୀ କୋରୋନା ମୁକାବିଲା ପାଇଁ ବୁଧବାରଠୁ ଭୁବନେଶ୍ବରରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି । ଭୁବନେଶ୍ବର ସହର ସମେତ ଗଞାମ ଓ ଗଜପତି ଜିଲ୍ଲାରେ ମଧ୍ୟ ସର୍ଭେ ହେବ । ଓଡ଼ିଶାରେ କୋରୋନା ଜନିତ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ଏହି ଟେଷ୍ଟ ପରେ ସ୍ପଷ୍ଟ ହେବ । ହେଲେ କଣ୍ଟେନମେଣ୍ଟ ଜୋନର ଆବଶ୍ୟକତା ରହିଛି । ଯେଉଁଠି ଗୋଟେ କୋରୋନା ପଜିଟିଭ ବାହାରିବେ ସେଠାରେ କଣ୍ଟେନମେଣ୍ଟ ଜୋନ ହେବନି । ମାତ୍ର ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଅଧିକ କେସ ବାହାରିଲେ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ।
ଏହାସହ 50 ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଏହାର ତଦାରଖ ନେଇ ଜଣେ ନୋଡାଲ ଅଫିସରଙ୍କୁ ସବୁ ସରକାରୀ ବିଭାଗରେ ରହିବେ । ସେମାନେ କୋଭିଡ୍ ନିୟମ ପାଳନ ହେଉଛି ନା ନାହିଁ ତାଉପରେ ନଜର ରଖିବେ । ଲଗାତାର ରାଜ୍ୟରେ କୋରୋନା ଆକ୍ରାନ୍ତ ବୃଦ୍ଧି ପାଉଥିବାରୁ ଏବେଠାରୁ ଜୁଲାଇର ସ୍ଥିତି ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସେପଟେ ପୁରୀରେ ପ୍ରଥମେ ବାହୁଡା ପରେ ସେରୋଲୋଜିକାଲ୍ ପରୀକ୍ଷା ହେବ । ତାପରେ ଭୁବନେଶ୍ବର, ଗଞ୍ଜାମ, ଗଜପତି ଓ ବଡମ୍ବା ନରସିଂହପୁରରେ ସେରୋଲୋଜିକାଲ୍ ପରୀକ୍ଷା ହେବ । କାରଣ ସେଠାରେ ବହୁତ କେସ ଅଛି । ପୁରୀରେ ସମ୍ପୂର୍ଣ୍ଣ ସାମ୍ପଲ ସଂଗ୍ରହ ସରିନି । ବାହୁଡା ସରିବା ପରେ ଏକ ମାସ ଭିତରେ ରିପୋର୍ଟ ଆଣିବାକୁ ଚେଷ୍ଟା କରିବୁ । ଅନ୍ୟପଟେ ଦୁଇ ଦିନ ପରେ ଭୁବନେଶ୍ବରରେ ଆଣ୍ଟିବଡି ଓ ଆଣ୍ଟିଜେନ କିଟ ଟେଷ୍ଟ ହେବ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭରତ