ଭୁବନେଶ୍ବର: ଆସନ୍ତା ଦୁଇ ସପ୍ତାହ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। କୋରୋନା ପାଇଁ ଯଦିଓ ଅନେକ ଗୁଡିଏ ପଦକ୍ଷେପ ସରକାର ନେଇଛନ୍ତି ତେବେ ସବୁ ସ୍ତରରେ ତତ୍ପରତା ଦେଖାଇବାକୁ ତନାଘନା କରିଛି କେନ୍ଦ୍ର। ଏହି ମର୍ମରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଛନ୍ତି। ନୂଆ ଆଡଭାଇଜରି ଜାରି କରିଛନ୍ତି।
ଯଦିଓ ଓଡିଶା ଅନେକ ପୂରଣ କରିସାରିଛି ଦେବେ ଏବେ ଫୋକସରେ ରହିଛି ହୋଟେଲ, ରେଷ୍ଟୁରାଣ୍ଟ ଓ କାର୍ଯ୍ୟରତ କର୍ମଚାରୀ। ଏମାନଙ୍କୁ କିପରି ସୋସିଆଲ ଡିଷ୍ଟନ୍ସରେ ସାମିଲ କରାଯିବ ସେନେଇ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ସଚିବ। ସବୁ ହୋଟେଲ ଓ ରେଷ୍ଟୁରାଣ୍ଟରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଘରୋଇ କର୍ମଚାରୀଙ୍କୁ ଘରୁ ବସି କାମ କରିବାକୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ