ETV Bharat / city

ତୈଳଦର ବୃଦ୍ଧି ଆଶଙ୍କା, କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ - ରାଜ୍ୟରେ ତୈଳଦର ବୃଦ୍ଧି ଆଶଙ୍କା

ଋଷ ୟୁକ୍ରେନ ଯୁଦ୍ଧ ଯୋଗୁଁ ରାଜ୍ୟରେ ତୈଳଦର ବୃଦ୍ଧି ହୋଇପାରେ । ତେବେ ଏଭଳି ସ୍ଥିତିରେ କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ତୈଳଦର ବୃଦ୍ଧି ଆଶଙ୍କା, କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : Mar 4, 2022, 3:10 PM IST

ଭୁବନେଶ୍ବର: ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି । ଆଗାମୀ ଦିନରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଦେଶରେ ଖାଇବା ତେଲ ଦର ବୃଦ୍ଧି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ବିଶେଷ ଭାବେ ସୂର୍ଯ୍ୟମୁଖୀ ତେଲର ଦର ଅହେତୁକ ଭାବେ ବଢିବା ଆଶଙ୍କା ରହିଛି । ତେଣୁ କଳାବଜାରୀ ବଢିବାର ସମ୍ଭାବନା ରହିଛି । ଏହାକୁ ରୋକିବାକୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  • ସାଂପ୍ରତିକ ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ଯକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି ଏବଂ ଆଗାମୀ ଦିନରେ ପ୍ରଭାବିତ ହେବାର ଆଶଙ୍କା ରହିଛି।

    ଏହି ପରିପ୍ରେକ୍ଷୀରେ ଦେଶରେ ଖାଇବା ତେଲ, ବିଶେଷ ଭାବେ ସୂର୍ଯ୍ୟମୁଖ୍ୟ ତେଲର ଦର ଅହେତୁକ ଭାବେ ବଢିବା ଆଶଙ୍କା ରହିଛି। ବଜାରରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି।

    — Ranendra Pratap Swain (@rajaaswain) March 4, 2022 " class="align-text-top noRightClick twitterSection" data=" ">

ବଜାରରେ ତୈଳ ଦର ବୃଦ୍ଧି ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି । ଭାରତର ଖାଇବା ତେଲର ଅଧିକାଂଶ ଚାହିଦା ରପ୍ତାନି ମାଧ୍ୟମରେ ଅନୁଭୂତ ହୋଇଥାଏ । ସୂର୍ଯ୍ୟମୁଖୀ ତେଲର ପାଖାପାଖି 80% କେବଳ ୟୁକ୍ରେନ ଏବଂ ରୁଷିଆରୁ ଆମଦାନୀ ହୋଇଥାଏ । ତେଣୁ ଏହାର ଯୋଗାଣ ନିଶ୍ଚିତ ଭାବେ ପ୍ରଭାବିତ ହେବ ଏବଂ ଦରବୃଦ୍ଧି ହେବା ବହୁଳ ସମ୍ଭାବନା ରହିଛି । ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । କଳାବଜାରୀ ରୋକିବା ନେଇ ଯୋଗାଣ ବିଭାଗ ତତ୍ପର ହୋଇଛି । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏ ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  • ୟୁକ୍ରେନ ଓ ରୁଷିଆ ଯୁଦ୍ଧ ପରିପେକ୍ଷୀରେ ଖାଇବା ତେଲ, ବିଶେଷ ଭାବେ ସୂର୍ଯ୍ୟମୁଖ୍ୟ ତେଲର ଆହେତୁକ ମୂଲ୍ୟବୃଦ୍ଧିର ଆଶଙ୍କା ରହିଛି।

    ତେଣୁ କୃତ୍ରିମ ସଙ୍କଟ ଏବଂ କଳାବଜାରୀ ରୋକିବା ସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଅଛି।@CMO_Odisha @Food_Odisha

ରାଜ୍ୟ ସରକାରଙ୍କ ସୀମିତ କ୍ଷମତା ମଧ୍ୟରେ କୃତ୍ରିମ ସଙ୍କଟ କିମ୍ବା କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଏବଂ ଅନ୍ୟାନ୍ୟ ଶୁଳ୍କ ଅତିକମରେ ସାମୟିକ ଭାବେ ହ୍ରାସ କରିବା ଉଚିତ ବୋଲି ରାଜ୍ୟ ଦାବି କରିଛି । ନଚେତ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ଯାସର ଦରବୃଦ୍ଧି ସହ ଖାଇବା ତେଲର ଦରବୃଦ୍ଧି ଗରିବ, ଚାଷୀ, ମୁଲିଆ, ଖଟିଖିଆ ଏପରିକି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ବୋଲି ଯୋଗାଣ ମନ୍ତ୍ରୀ ଟ୍ବିଟ କରି ଆଶଙ୍କା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.