ETV Bharat / city

ରାଜଧାନୀରେ ଲୁଟେରାଙ୍କ ରାଜ୍, ଥାନା ସାମ୍ନାରେ କନଷ୍ଟେବଳଙ୍କୁ କଲେ ଲହୁଲୁହାଣ

ପୋଲିସକୁ ହାଣିଲେ ଲୁଟେରା । ଥାନାସାମ୍ନାରେ କନଷ୍ଟେବଳକୁ କଲେ ଲହୁଲୁହାଣ । ରାଜଧାନୀ ବଡଗଡ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଏକ ଚାଞ୍ଚଲ୍ୟକର ଘଟଣା ।

ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ, ଥାନାସାମ୍ନାରେ କନଷ୍ଟେବଳକୁ କଲେ ଲହୁଲୁହାଣ

author img

By

Published : Feb 1, 2021, 12:33 PM IST

ଭୁବନେଶ୍ବର: ସଙ୍ଘବଧ ଭାବେ କନଷ୍ଟେବଳକୁ ଆକ୍ରମଣ । ଜୁଏଲାରୀ ଲୁଟିବାକୁ ଆସିଥିବା ଲୁଟେରା କଲେ ଲହୁଲୁହାଣ । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ବଡଗଡ ଥାନା ଅଞ୍ଚଳରୁ।

ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ, ଥାନାସାମ୍ନାରେ କନଷ୍ଟେବଳକୁ କଲେ ଲହୁଲୁହାଣ

ସୂଚନାନୁଯାୟୀ, ବଡଗଡ ଥାନାର କନଷ୍ଟେବଳ ଧିରେନ୍ଦ୍ର କୁମାର ସାହୁଙ୍କୁ ଲୁଟେରା କରିଛନ୍ତି ମରଣାନ୍ତକ ଆକ୍ରମଣ। ଗତ ଶନିବାର ବିଳମ୍ବିତ ରାତିରେ ଘଟିଛି ଘଟଣା । ରାତି ପ୍ରାୟ ୨ଟା ସମୟରେ ଥାନା ସାମ୍ନାରେ ଥିବା ଏକ ଜୁଏଲାରୀ ଦୋକାନ ପାଖରେ ଠିଆ ହୋଇଥିଲେ କିଛି ଯୁବକ। ଏକ ଟ୍ରାଭେରା ଯୋଗେ ଆସି ଜୁଏଲାରୀ ଦୋକାନ ତାଡିବା ପାଇଁ ଉଦ୍ୟମ ବେଳେ କନଷ୍ଟେବଳ ଜଣକ ସେଠାରେ ପହଞ୍ଚିଥିଲେ। ପରେ ସାମ୍ନାରେ ଦୁଇ ଜଣଙ୍କୁ ଏଠି କଣ କରୁଛ ବୋଲି ପଚାରିବା ସମୟରେ ହଠାତ୍ ପଛପଟୁ ଏକ ରଡ଼ ଜରିଆରେ ତାଙ୍କ ମୁଣ୍ଡକୁ ଦୁଇ ଜଣ ଆକ୍ରମଣ କରିଥିଲେ।

ପରେ କନଷ୍ଟେବଳ ଜଣକ ଛଟପଟ ହେଉଥିବା ସମୟରେ ସେମାନେ ଟ୍ରାଭେରା ଯୋଗେ ଚମ୍ପଟ ମାରିଥିଲେ। ତେବେ ଏନେଇ ଘଟଣା ସ୍ଥଳରୁ ପୋଲିସ ସିସିଟିଭି ଫୁଟେଜ ସଂଗ୍ରହ କରିଥିବା ବେଳେ ଘଟଣାର ୨୪ ଘଣ୍ଟା ପରେ ବି ସେମାନଙ୍କର କାଣିଚାଏ ସୁରାକ ପୋଲିସ ହାତରେ ମିଳିନି। ଯଦି ଥାନା ସାମ୍ନାରେ ପୋଲିସକୁ ଏପରି ମରଣାନ୍ତକକ ଆକ୍ରମଣ ହୁଏ ତେବେ ସହରବାସୀ କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ହେଉଛି । ଏନେଇ ଉପରିସ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପୋଲିସ ମାଡ଼ ଖାଇଥିବାରୁ ଘଟଣା ଚାପିବା ପାଇଁ ଭରପୁର ଉଦ୍ୟମ ହେଉଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.