ETV Bharat / city

ନିର୍ବାଚନ ଆୟୋଗଙ୍କୁ ଭେଟିଲେ କଂଗ୍ରେସ ପ୍ରାର୍ଥିନୀ, ଜଣେ ସମସ୍ତଙ୍କ ଭୋଟ ଦେଉଥିବା ଆଣିଲେ ଅଭିଯୋଗ - ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ବସ୍ତା ବିଡ଼ିଓଙ୍କ ବିରୋଧରେ ଅଭିଯୋଗ

ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବାଲେଶ୍ବର ଜଳେଶ୍ବର ନିର୍ବାଚନୀ ମଣ୍ଡଳୀର କଂଗ୍ରେସ ପ୍ରାର୍ଥିନୀ । ଶାସକ ଦଳ ଓ ପୋଲିସ ମଧ୍ୟରେ ମଧୁଚନ୍ଦ୍ରିକା ନେଇ ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

ନିର୍ବାଚନ ଆୟୋଗଙ୍କୁ ଭେଟିଲେ କଂଗ୍ରେସ ପ୍ରାର୍ଥିନୀ, ଜଣେ ସମସ୍ତଙ୍କ ଭୋଟ ଦେଉଥିବା ଆଣିଲେ ଅଭିଯୋଗ

author img

By

Published : Feb 20, 2022, 6:44 PM IST

Updated : Feb 20, 2022, 7:49 PM IST

ଭୁବନେଶ୍ବର: ବାଲେଶ୍ବରରେ ଅସହାୟ ହୋଇପଡ଼ିଛନ୍ତି ଜଣେ ଜିଲ୍ଲା ପରିଷଦ ପ୍ରାର୍ଥିନୀ । ଜଳେଶ୍ବର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି ହୋଇଥିବା ସେ ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି । ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ଓ ବସ୍ତା BDOଙ୍କ ଅବହେଳା ଓ ସଂପୃକ୍ତି ରହିଥିବା ସେ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ନିର୍ବାଚନ ଆୟୋଗଙ୍କୁ ଭେଟିଲେ କଂଗ୍ରେସ ପ୍ରାର୍ଥିନୀ, ଜଣେ ସମସ୍ତଙ୍କ ଭୋଟ ଦେଉଥିବା ଆଣିଲେ ଅଭିଯୋଗ

ଜିଲ୍ଲାର ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କାଦ୍ରୟାନ ଓ କରୁଆ ପଞ୍ଚାୟତର ୧୯ ଟି ବୁଥରେ ଗତ ୧୮ ତାରିଖରେ ଅନୁଷ୍ଠିତ ନିର୍ବାଚନ ସମୟରେ ବ୍ୟାପକ ଜାଲିଆତି, ବୁଥ ଦାଖଲ, ବିଭିନ୍ନ ପ୍ରକାରର ଅନିୟମିତତା ହୋଇଥିବା କହିଛନ୍ତି କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଅଞ୍ଜଳି ପ୍ରଧାନ । ଏହାକୁ ନେଇ ରବିବାର ନିର୍ବାଚନ କମିଶନଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି l ଏଥିରେ ଏହି ଅଫିସର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ପୁନଃ ମତଦାନ ପାଇଁ ଦାବି କରାଯାଇଛି ।

ଅଞ୍ଜଳି ଅଭିଯୋଗ କରିଛନ୍ତି ଯେ ସେଠାରେ ଶାସକ ଦଳର ନେତା ତଥା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସ୍ବାମୀ ଓ ପୋଲିସ ଅଫିସରଙ୍କ ଭିତରେ ସମ୍ପର୍କ ଖୁବ୍ ମଧୁର । ସେଥିପାଇଁ ଶାସକ ଦଳ ବୁଥ ରାଗିଂ କରିବାକୁ ସଫଳ ହେଲା ବୋଲି ପ୍ରଧାନ କମିଶନଙ୍କ ସାମ୍ନାରେ ଅଭିଯୋଗ ଆଣିଛନ୍ତି । ପୋଲିସ ସହିତ ଶାସକ ଦଳ ମଧୁଚନ୍ଦ୍ରିକା ପାଇଁ ନିର୍ବାଚନ ଦିନ ସେଠାରେ ପୋଲିସ ଫୋର୍ସ ମୁତୟନ କରାଗଲା ନାହିଁ କିମ୍ବା ଭିଡିଓ ରେକର୍ଡ କରାଗଲା ନାହିଁ । ଅବାଧରେ ଭୋଟରେ ଜାଲିଆତି କରିବାର ସୁଯୋଗ ଦିଆଗଲା । ଜଣେ ଦୁଇ ଜଣ ଅନ୍ୟ ସମସ୍ତଙ୍କ ପାଇଁ ଭୋଟ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 20, 2022, 7:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.