ETV Bharat / city

କଂଗ୍ରେସକୁ ବାଲେଶ୍ଵର ଚିନ୍ତା, ଟିକେଟ ଚୟନ ନେଇ ମୁହାଁମୁହିଁ - ବାଲେଶ୍ବର ସଦର ଉପନିର୍ବାଚନ

ଉପନିର୍ବାଚନ ପ୍ରାର୍ଥୀ ଚୟନ ନେଇ କଂଗ୍ରେସରେ ତୁ ତୁ ମେ । ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ର ଏନେଇ ମୁହଁ ଖୋଲି ସମାଲୋଚନା କରିବା ପରେ ସେ ଏବେ ତାରାଙ୍କ ଟାର୍ଗେଟରେ । ଅଧିକ ପଢନ୍ତୁ...

କଂଗ୍ରେସକୁ ବାଲେଶ୍ଵର ଚିନ୍ତା, ଟିକେଟ ଚୟନ ନେଇ ମୁହାଁମୁହିଁ

author img

By

Published : Oct 15, 2020, 1:19 PM IST

ଭୁବନେଶ୍ବର: ଉପନିର୍ବାଚନ ପ୍ରାର୍ଥୀ ଚୟନ ନେଇ କଂଗ୍ରେସରେ ତୁ ତୁ ମେ । ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ର ଏନେଇ ମୁହଁ ଖୋଲି ସମାଲୋଚନା କରିବା ପରେ ସେ ଏବେ ତାରାଙ୍କ ଟାର୍ଗେଟରେ । ସନ୍ଧ୍ୟା ଅପାଙ୍କୁ ମୁଁ ସମ୍ମାନ ଦିଏ । କଂଗ୍ରେସ ଦଳ ସନ୍ଧ୍ୟା ମହାପାତ୍ରଙ୍କୁ ବହୁତ କିଛି ଦେଇଛି । ଟିକେଟ ବି ଦିଆଯାଇଥିଲା । ମାତ୍ର 3 ହଜାର ଭୋଟ ପାଇଥିଲେ । ହେଲେ ବୁଧବାର ଗଣମାଧ୍ୟମ ସମ୍ମୁଖରେ ଯାହା ବିବୃତ୍ତି ରଖିଛନ୍ତି ତାହା ଦୁର୍ଭାଗ୍ୟଜନକ । ଦଳ ସଙ୍ଗଠିତ ହୋଇ ଆସୁଥିବା ବେଳେ କାହା କଥାରେ ଏଭଳି କହିଛନ୍ତି ସେ ନିଜକୁ ପରଖିବା କଥା ।

କଂଗ୍ରେସକୁ ବାଲେଶ୍ଵର ଚିନ୍ତା, ଟିକେଟ ଚୟନ ନେଇ ମୁହାଁମୁହିଁ

ବାଲେଶ୍ୱରର ପ୍ରାର୍ଥୀ ମମତା କୁଣ୍ଡୁ ଜଣାଶୁଣା କର ପରିବାରର । ତାଙ୍କ ଜେଜେ ବାପାଙ୍କ ନାଁରେ ମାର୍କେଟ କମ୍ପ୍ଲେକ୍ସ ଅଛି । ସେ ଉଚ୍ଚ ଶିକ୍ଷିତା ମଧ୍ୟ । ତାଙ୍କ ନାଁରେ ଏଭଳି କହିବା ନିନ୍ଦନୀୟ । ବିଶୃଙ୍ଖଳା ଯୋଗୁଁ ଆମେ 22 ବର୍ଷ ହେଲା ସରକାର ଠାରୁ ଦୂରରେ । ଦଳରେ ଯିଏ ରହିବ ଶୃଙ୍ଖଳାରେ ରହିବାକୁ ହେବ । ସନ୍ଧ୍ୟାଙ୍କୁ ଅନୁରୋଧ ଯାହା ଅସୁବିଧା ଅଛି ପିସିସି ସଭାପତି ସହ ଆଲୋଚନା କରନ୍ତୁ । ନାରୀ ସମାଜକୁ ଟିକେଟ ଦେବା ପାଇଁ ମମତାଙ୍କୁ ଟିକେଟ ଦିଆଯାଇଛି । ପ୍ରଚାର ପାଇଁ ସବୁ ବିଧାୟକଙ୍କ ସହ ଏଆଇସିସିର ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଆସିବେ । ମୁଖ୍ୟମନ୍ତ୍ରୀ ଓହ୍ଲାନ୍ତୁ କି ନ ଓହ୍ଲାନ୍ତୁ ତାଙ୍କ ଦଳ ଉପରେ ନିର୍ଭର କରେ । ମୁଖ୍ୟମନ୍ତ୍ରୀ ଆସନ୍ତୁ କି ରେଳମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ଆସନ୍ତୁ ଆମେ ଜିତିବୁ । ଭୋଟ ପାଇବା ଲୋକଙ୍କ ହାତରେ ବୋଲି ତାରା କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.