ETV Bharat / city

Panchayat Election: ଏଥର ପରିବର୍ତ୍ତନ ଆସିବ କହିଲେ ନିରଞ୍ଜନ

author img

By

Published : Nov 19, 2021, 9:25 PM IST

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏ କ୍ଷେତ୍ରରେ କଂଗ୍ରେସ ମଧ୍ୟ ଜିଲ୍ଲାସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Panchayat Election: ଏଥର ପରିବର୍ତ୍ତନ ଆସିବ କହିଲେ ନିରଞ୍ଜନ
Panchayat Election: ଏଥର ପରିବର୍ତ୍ତନ ଆସିବ କହିଲେ ନିରଞ୍ଜନ

ଭୁବନେଶ୍ବର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଶାସକ ଦଳ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ବିରୋଧୀ ବିଜେପି ମଧ୍ୟ ସଂଗଠନକୁ ୱାର୍ଡ ସ୍ତରରେ ମଜଭୁତ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଏ କ୍ଷେତ୍ରରେ କଂଗ୍ରେସ ମଧ୍ୟ ଜିଲ୍ଲାସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜନମତ କଂଗ୍ରେସ ସପକ୍ଷ ରହିବା ନେଇ ଆଶାବାଦୀ ଅଛନ୍ତି ପିସିସି ସଭାପତି । ଏହାକୁ ନେଇ କଂଗ୍ରେସ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି । ନିର୍ବାଚନ ପାଇଁ ପ୍ରତ୍ୟେକଙ୍କୁ ଦାୟିତ୍ବ ଦିଆଯାଇଛି । କଂଗ୍ରେସକୁ ଏତେ ନ୍ୟୁନ ଦେଖିବା ଠିକ ନୁହେଁ ବୋଲି କହିଛନ୍ତି ପିସିସି ସଭାପତି ।

ଲୋକମତ କଂଗ୍ରେସ ସହ ଅଛି । ଏଥର ନିର୍ବାଚନରେ ପରିବର୍ତ୍ତନ ଆସିବ । ସରକାରୀ ପଇସାରେ ବିଜେଡି କାର୍ଯ୍ୟକ୍ରମ କରୁଛନ୍ତି ବୋଲି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.