ETV Bharat / city

ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖା ନେଇ କଂଗ୍ରେସର ଟାର୍ଗେଟ

author img

By

Published : Feb 15, 2022, 10:30 PM IST

ବିଧାନ ପରିଷଦ ଚିଠି ନପାଇବା ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଦୁଇଟି ଚିଠି ଲେଖିଛନ୍ତି ବାଚସ୍ପତି । ଏହାକୁ ନେଇ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢ଼ନ୍ତୁ

congress targets state govt over letter written to central govt for legislative council
ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖା ନେଇ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର: ବିଧାନ ପରିଷଦ ଚିଠି ନ ପାଇବା ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଦୁଇଟି ଚିଠି ଲେଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଏହାକୁ ସହଜରେ ଗ୍ରହଣ କରି ପାରିନି କଂଗ୍ରେସ । ଏହାକୁ ନେଇ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେଡିର ଡଙ୍ଗା ଓଭର ଲୋଡ, ତେଣୁ ଆଉ ଗୋଟିଏ ଡଙ୍ଗା ଆବଶ୍ୟକ ହେଉଛି । ବିଧାନ ପରିଷଦ ନାଁ ରେ ଆଉ ଗୋଟିଏ ଡଙ୍ଗା ସୃଷ୍ଟି କରିବାକୁ ସରକାର ଚାହୁଁଛନ୍ତି । ତେଣୁ ଚିଠି ଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କଂଗ୍ରେସ କଟାକ୍ଷ କରିଛି । ବିଧାନ ପରିଷଦକୁ ରାଜ୍ୟ ସରକାର ଏକ ଥଇଥାନ କେନ୍ଦ୍ର କରିବାକୁ ସରକାର ଚାହୁଁଥିବା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି । ଚିଠି ଲେଖା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ଓ କେନ୍ଦ୍ର ବ୍ୟାପାର ।

ଚିଠି ହଜିବା ଏବଂ ଚିଠି ନପାଇବା ରାଜ୍ୟରେ ନୂଆ ନୁହେଁ, ପୂର୍ବରୁ ତଦନ୍ତ କମିଶନ ରିପୋର୍ଟ ମଧ୍ୟ ହଜିଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । କିଛି ଦିନ ପୂର୍ବରୁ ବିଧାନପରିଷଦ ଡ୍ରାଫ୍ଟ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ସଂସଦରେ କହିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । ପରେ ମଙ୍ଗଳବାର ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦୁଇଟି ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.