ETV Bharat / city

NCRB ରିପୋର୍ଟ; ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

author img

By

Published : Sep 17, 2021, 5:06 PM IST

ନିକଟରେ ପ୍ରକାଶିତ ହୋଇଥିବା ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଡା ପ୍ରହାର କରିଛି ରାଜ୍ୟ କଂଗ୍ରେସ । ରାଜ୍ୟ ସରକାରଙ୍କୁ ଷଣ୍ଢୁଆସି ଆକ୍ରମଣ କରିଛି ଦଳ । ଅଧିକ ପଢନ୍ତୁ...

Satya
Satya

ଭୁବନେଶ୍ବର: ନିକଟରେ ପ୍ରକାଶିତ ହୋଇଥିବା ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଡା ପ୍ରହାର କରିଛି ରାଜ୍ୟ କଂଗ୍ରେସ । ରାଜ୍ୟ ସରକାରଙ୍କୁ ଷଣ୍ଢୁଆସି ଆକ୍ରମଣ କରିଛି ଦଳ ।

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ କହିଛନ୍ତି, ରାଜ୍ୟରେ ମହିଳା ଶିଶୁ ଅସୁରକ୍ଷିତ । ପ୍ରତିବର୍ଷ ମହିଳା ଓ ଶିଶୁଙ୍କ ଉପରେ ଆତ୍ୟାଚାର ବଢି ଚାଲିଛି । ମହିଳା ଓ ଶିଶୁ ବିରୋଧୀ ହିଂସାରେ ଓଡିଶା ନମ୍ବର ୱାନ । ଖାଲି ଏତିକି ନୁହେଁ ୨୦୧୪ ରୁ ୨୦୨୧ ମଧ୍ୟରେ ମହିଳାଙ୍କୁ ବିବସ୍ତ୍ର କରିବାରେ ବି ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଲଜ୍ଜା ଲାଗିବା କଥା, କିନ୍ତୁ ରାଜ୍ୟ ସରକାର ମା’ ଓ ମହିଳାଙ୍କ ଇଜ୍ଜତ ଲୁଟିବାରେ ଲାଗିଛି ବୋଲି ଅଭିଯୋଗ କରିଛି ଦଳ ।

ଏନସିଆରବି ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ମହିଳାଙ୍କ ପାଇଁ ଏସଏସଜି ଗ୍ରୁପ କଲେ । ପରି ଏକ୍ସପ୍ରେସ ବି ବୁଲାଇଲେ, ନିର୍ବାଚନ ପୂର୍ବରୁ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କଥା କହିଲେ । ହେଲେ ସ୍ଥିତି କଣ ? ସେହିପରି ସତ୍ୟ କହିଛନ୍ତି, ପିପିଲି ନିର୍ବାଚନ ଆସୁଛି, ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯିବେ । ହେଲେ ପିପିଲି ଦୁଷ୍କର୍ମ ମାମଲାରେ ବିଜେଡି ନେତା ଭାଇଙ୍କ ସମ୍ପୃକ୍ତି ଆସିଲା ପରେ ବି ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ।

ଅନ୍ୟପଟେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସତ୍ୟ ଉଠାଇ କହିଛନ୍ତି, ରାଜ୍ୟ ପୋଲିସ ବିଭାଗରେ ୧୦ ପ୍ରତିଶତ ମହିଳା ଅଧିକାରୀ କର୍ମଚାରୀ ଅଛନ୍ତି । ପୋଲିସ ବିଭାଗରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କରିବାକୁ ପାଇଁ ହେଲେ 82 ବର୍ଷ ଲାଗିବ ବୋଲି କହିଛନ୍ତି । ମହିଳାଙ୍କୁ ନେଇ ଶାସକ ଦଳ ରାଜନୀତି କରିବା ବଦଳରେ ପୋଲିସ ବିଭାଗରେ କେବେ ୩୩ ପ୍ରତିଶତ ସଂରକ୍ଷଣ ଦେବେ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ସତ୍ୟ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.