ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଗସ୍ତ କରିବେ। କଳାହାଣ୍ଡିରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ନକରି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଦୃଢ଼ ନିନ୍ଦା କରିଛି କଂଗ୍ରେସ।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁର ପାଖାପାଖି 1 ମାସ ବିତିଯାଇଥିଲେ ବି ତାକୁ ନ୍ୟାୟ ଦେବାର ସରକାର ସକ୍ଷମ ହୋଇନାହାଁନ୍ତି କିନ୍ତୁ କଳାହାଣ୍ଡି ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ଲାଗି ମୁଖ୍ୟମନ୍ତ୍ରୀ ଯାଉଛନ୍ତି ଯାହାକୁ ଟାର୍ଗେଟ କରିଛନ୍ତି ବିରୋଧୀ। କଟା ଘା ରେ ନମକ ଲଗାଉଛନ୍ତି ସରକାର। କଳାହାଣ୍ଡିବାସୀଙ୍କୁ ମମିତା ହତ୍ୟା ଘଟଣାରେ ନ୍ୟାୟ ମିଳିନାହିଁ ହେଲେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଆସିବା ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ବ ଦେବାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଥା ଆସୁଛି ଆଇନ ତା ବାଟରେ ଯାଉଛି ହେଲେ କଂଗ୍ରେସ ଅଭିଯୋଗ କରୁଛି ଆଇନ ତା ବାଟରେ ଯାଉନାହିଁ। କେଉଁଠି ନା କେଉଁଠି ଆଇନ କୁ ଚାପି ଦିଆଯାଉଛି। ତଥ୍ୟ ନଷ୍ଟ କରାଯାଉଛି। ମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କ ଫୋନ ଟ୍ୟାପିଙ୍ଗ କରାଯାଉନାହିଁ ସରକାର ଜାଣିଶୁଣି ଏଭଳି କରୁଛନ୍ତି। ତେବେ ଏହାକୁ ଦୃଢ଼ ବିରୋଧ କରିବ କଂଗ୍ରେସ। କଳାହାଣ୍ଡି ଜିଲ୍ଲା ବ୍ୟାପୀ ଜନତା କର୍ଫ୍ୟୁ ଘୋଷଣା କରିଛି କଂଗ୍ରେସ।
ସେପଟେ ଗଣତାନ୍ତ୍ରିକ ବ୍ୟବସ୍ଥା ରେ ବିରୋଧ ହୁଏ କିନ୍ତୁ ମୁଖ୍ୟମନ୍ତ୍ରୀ ନେତୃତ୍ବର ସଫଳତା ସହିତ ଜନସାଧାରଣଙ୍କ ସହ ସବୁବେଳେ ରହି ଆସିଛନ୍ତି । ପ୍ରତି କଥାରେ ବିରୋଧ କରିବା ଏହା ବିରୋଧୀଙ୍କ ଅସହିଷ୍ଣୁ ଭାବ ପରିଚୟ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଶଶୀ ଭୂଷଣ ବେହେରା। ସରକାର ଯେଉଁଭଳି ଭାବରେ ଜନକଲ୍ୟାଣକାରୀ ଯୋଜନା ବା ବିଜୁ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଯାଉଛନ୍ତି ତାହା ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ବିରୋଧୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଉଛି। କଂଗ୍ରେସ ପକ୍ଷରୁ ଭକ୍ତ ଦାଶ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ