ETV Bharat / city

‘ମନ୍ତ୍ରୀ ଦିବ୍ୟ ବଚନ ବନ୍ଦ କରନ୍ତୁ, ପଦରୁ ଇସ୍ତଫା ଦିଅନ୍ତୁ’

author img

By

Published : Oct 30, 2021, 6:26 PM IST

ମନ୍ତ୍ରୀଙ୍କ ପ୍ରେସବାର୍ତ୍ତା ପରେ ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ମୁଖ୍ୟ ଗଣେଶ୍ବର ବେହେରା ପ୍ରେସମିଟ କରି ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଗଣେଶ୍ବର କହିଛନ୍ତି ମନ୍ତ୍ରୀଙ୍କ ବିବୃତ୍ତି ପରେ ଗୋଟିଏ କଥା ସ୍ପଷ୍ଟ ଏହାର କୌଣସି ଅର୍ଥ ନାହିଁ । ଅଧିକ ପଢନ୍ତୁ...

ଗଣେଶ୍ବର ବେହେରା
ଗଣେଶ୍ବର ବେହେରା

ଭୁବନେଶ୍ବର: ମହାଲିଙ୍ଗ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ପାଖାପାଖି ଏକ ମାସ ହେଲା ରାଜ୍ୟ ରାଜନୀତି ପୁରା ସରଗରମ ରହିଛି । ସମସ୍ତ ବିରୋଧୀ ଦଳ ଓ ସାମାଜିକ ସଂଗଠନ ଗୋଟିଏ ପଟେ ଥିବା ବେଳେ ରାଜ୍ୟ ସରକାର ଓ ଶାସକ ଦଳ ଗୋଟିଏ ପକ୍ଷରେ । ବିରୋଧୀ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରୁଥିବା ବେଳେ ସରକାର ପୁରା ଘଟଣାରେ ଚୁପ ରହିଛନ୍ତି ।

ସେପଟେ ନିଜ ବିରୋଧରେ ଘଟଣାକୁ ନେଇ ଆସିଥିବା ତମାମ ଅଭିଯୋଗର ଗତକାଲି(ଶୁକ୍ରବାର) ପ୍ରେସ ରିଲିଜ ଜରିଆରେ ନିଜ ପକ୍ଷ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀଙ୍କ ପ୍ରେସବାର୍ତ୍ତା ପରେ ଏବେ ବିରୋଧୀ ଆହୁରି ଆକ୍ରମଣତ୍ମାକ ଆଭିମୁଖ୍ୟ ଆପଣାଇଛନ୍ତି ।

ଦିବ୍ୟ ଶଙ୍କର ଦିବ୍ୟ ବଚନ ବନ୍ଦ କରନ୍ତୁ; ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ

ମନ୍ତ୍ରୀଙ୍କ ପ୍ରେସବାର୍ତ୍ତାକୁ ନେଇ ଆଜି (ଶନିବାର) ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ମୁଖ୍ୟ ଗଣେଶ୍ବର ବେହେରା ପ୍ରେସମିଟ କରି ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଗଣେଶ୍ବର କହିଛନ୍ତି ଦିବ୍ୟଶଙ୍କରଙ୍କ ବିବୃ୍ତ୍ତି ପରେ ଗୋଟିଏ କଥା ସ୍ପଷ୍ଟ ଏହାର କୌଣସି ଅର୍ଥ ନାହିଁ । ଦିୱାନୀ ଆଇନ ଅନୁସାରେ କୌଣସି ଅଭିଯୋଗର ଯଦି ସ୍ପଷ୍ଟ କିମ୍ବା ପ୍ରାମାଣିକ ଖଣ୍ଡନ କରାଯାଏ ନାହିଁ, ତେବେ ଅଭିଯୋଗ ସ୍ବୀକାରକ୍ତି ବୋଲି ଧରାଯାଏ । କିନ୍ତୁ ମନ୍ତ୍ରୀ ତାଙ୍କ ପ୍ରେସବାର୍ତ୍ତାରେ ନିଜ ବିରୋଧରେ ଆସିଥିବା ଅଭିଯୋଗର କୌଣସି ଖଣ୍ଡନ କରିନାହାଁନ୍ତି ।

ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ହେଲା ମନ୍ତ୍ରୀ ତାଙ୍କ ରାୟପୁର ବାସଭବନରେ ହୋଇଥିବା ବୁଝାମଣା ଅଭିଯୋଗକୁ ଖଣ୍ଡନ କରିନାହାଁନ୍ତି । ଦ୍ବିତୀୟତଃ ମନ୍ତ୍ରୀ ମହାଲିଙ୍ଗ ଶିକ୍ଷା ଅନୁଷ୍ଠାନରେ ଏକାଧିକବାର ରାତ୍ରୀ ଯାପନ କରିବା ଅଭିଯୋଗକୁ ନେଇ କୌଣସି ଉତ୍ତର ରଖି ନାହାଁନ୍ତି । ତୃତୀୟରେ ଆପଣ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଘଟଣା ପରେ ମଧ୍ୟ କଥା ହୋଇଛନ୍ତି । ଯଦି କୌଣସି ଅଭିଯୋଗ ଖଣ୍ଡନ କରିଛନ୍ତି ତାହା ଉପର ଠାଉରିଆ । ଅର୍ଥାତ ଅଭିଯୋଗର ସତ୍ୟ ରହିଛି ।

ସେହିପରି ଗଣେଶ୍ବର କହିଛନ୍ତି ଫୌଜଦାରୀ ଆଇନ ସିଆରପିସି ସେକ୍ସନ 199(2) ଅନୁସାରେ ଯାହାଙ୍କର ମାନହାନୀ ହୋଇଥିବ, ସେହିଁ କୋର୍ଟକୁ ଯାଇ ପାରିବ । କିନ୍ତୁ ମନ୍ତ୍ରୀଙ୍କ ପରିବାର ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି । କାହିଁକି ଆପଣ କଲେ ନାହିଁ ?

ସେହିଭଳି ଗଣେଶ୍ବର କହିଛନ୍ତି ଆଇପିସି ସେକ୍ସନ 199 କ୍ଲୋଜ 2 ଅନୁସାରେ ମାନହାନୀ ଘଟିଥିବା ଲୋକ ଯଦି କୌଣସି ମନ୍ତ୍ରୀ ହୋଇଥାନ୍ତି ତାହାହେଲେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେଇ ସରକାର ସେସନ କୋର୍ଟରେ ମାମଲା ରୁଜୁ କରିପାରିବେ । କିନ୍ତୁ ଏଠି ଆପଣଙ୍କ ସପକ୍ଷରେ ସରକାର କୌଣସି କୋର୍ଟ ଯାଇନାହାଁନ୍ତି । ଏହାର ଅର୍ଥ ଆପଣଙ୍କ ସଫେଇ ସହ ସରକାର ନାହାଁନ୍ତି ।

ଦେଶର 2 ଟି ଚର୍ଚ୍ଚିତ ଘଟଣାର ଉଦାହରଣ ଦେଇ ଗଣେଶ୍ବର କହିଛନ୍ତି, ଦେଶର 2 ଜଣ ଭଣ୍ଡ ମହାମନୀଷି ରାମ ରହିମ ଓ ଆଶା ରାମ ବାପୁ ମଧ୍ୟ ନିଜକୁ ନିର୍ଦୋଷ କହୁଥିଲେ। କିନ୍ତୁ ତଦନ୍ତରେ କଣ ହେଲା । ଖାଲି ଦୋଷୀ ନୁହଁନ୍ତି ଉଭୟ ପୁରା ଦୋଷୀ । ଆଉ ଦଣ୍ଡିତ ମଧ୍ୟ ହୋଇଛନ୍ତି । କ୍ୟାପଟେନଙ୍କୁ ଆଟାକ କରି କହିଛନ୍ତି... ମନ୍ତ୍ରୀଙ୍କ ବିଳାପ ନିର୍ଦ୍ଦୋଷ, ମାଁ ମାଣିକେଶ୍ବରୀଙ୍କ ରାଣ ମୁଁ ସମ୍ପୃକ୍ତ ନୁହେଁ ସବୁ ପିଲାଳିଆମି ।

ଏଥିସହ ଗଣମାଧ୍ୟମ ବିରୋଧରେ କୋର୍ଟ ଯିବାକୁ ନେଇ ଗଣେଶ୍ବର କଠୋର ସମାଲୋଚନା କରିଛନ୍ତି । ଆପଣ ଗଣମାଧ୍ୟମର କଣ୍ଠରୋଧର କରିବାକୁ ଉଦ୍ୟମ କରିଛନ୍ତି । ଆପଣ ଗଣମାଧ୍ୟମର ସ୍ବାଧିନତା ଉପରେ ଆକ୍ରମଣ କରିଛନ୍ତି । ଏହା ଦ୍ବାରା ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି । କ୍ଷମତା ମୋହରେ ଅନ୍ଧ ହୋଇ ଏହା କରିଛନ୍ତି । କଂଗ୍ରେସ ଏହାର ଦୃଢ ନିନ୍ଦା କରୁଛି ବୋଲି ଗଣେଶ୍ବର କହିଛନ୍ତି ।

ଅନ୍ୟପଟେ ଗୃହ ରାଷ୍ଟ୍ର ମନ୍ତ୍ରୀ ପ୍ରେସବାର୍ତ୍ତାରେ କହିଥିବା ପ୍ରମାଣ ଥିଲେ ବିରୋଧୀ କୋର୍ଟକୁ ଦିଅନ୍ତୁ, ତାହାର ମଧ୍ୟ କଡା ସମାଲୋଚନା କରିଛନ୍ତି ଗଣେଶ୍ବର, କହିଛନ୍ତି ପ୍ରମାଣ କିଏ ଦେବ ? ଅଭିଯୋଗକାରୀ ନା ଅଭିଯୁକ୍ତ । ପୋଲିସ ଘଟଣାର ତଦନ୍ତ କରିବ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ । କିନ୍ତୁ ଆପଣ ହେଉଛନ୍ତି ପୋଲିସ ବିଭାଗର ମନ୍ତ୍ରୀ । ଆପଣଙ୍କୁ କିଏ ପ୍ରମାଣ ଦେବ । ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ । ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଭୁଲ ପ୍ରମାଣିତ କରନ୍ତୁ । ତଦନ୍ତର ସମ୍ମୁଖିନ ହୁଅନ୍ତୁ । ନଚେତ କଂଗ୍ରେସର ଲଢେଇ ଜାରି ରହିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.