ETV Bharat / city

ଆରମ୍ଭ ହେଲା କଂଗ୍ରେସର Membership Drive

ଆଜି ଠାରୁ କଂଗ୍ରେସ ଆରମ୍ଭ କଲା ସଦସ୍ୟ ସଂଗ୍ରହ ଅଭିଯାନ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ନୂଆ ସଦସ୍ୟଙ୍କ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଫଳତା ନେଇ ଲୋକଙ୍କ ପାଖକୁ ଯିବାକୁ ରଣନୀତି । ଅଧିକ ପଢନ୍ତୁ...

author img

By

Published : Nov 1, 2021, 7:17 PM IST

ଆରମ୍ଭ ହେଲା କଂଗ୍ରେସର Membership Drive
ଆରମ୍ଭ ହେଲା କଂଗ୍ରେସର Membership Drive

ଭୁବନେଶ୍ବର: ସଶକ୍ତ ହେବ କଂଗ୍ରେସ । ବିରୋଧୀ ବିଜେପି ଓ ବିଜେଡିକୁ ଚେକ ଦେବା ପାଇଁ ସାରା ଦେଶରେ ଆରମ୍ଭ ହେଲା ସଭ୍ୟ ସଂଗ୍ରହ ଅଭିଯାନ। ୧୦ଲକ୍ଷ ନୂତନ ସଦସ୍ୟଙ୍କୁ ଦଳରେ ସାମିଲ କରିବା ଲକ୍ଷ୍ୟରେ ଏହି ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ଦଳ । ଆଜି (ସୋମବାର) ଭୁବନେଶ୍ୱର କଂଗ୍ରେସ ଭବନରେ ନୂତନ ସଦସ୍ୟ ସଂଗ୍ରହ ଅଭିଯାନକୁ ବିଧିବଦ୍ଧ ଭାବେ ଶୁଭରମ୍ଭ କରିଛନ୍ତି ଦଳର ରାଜ୍ୟ ପ୍ରଭାରୀ ଡ.ଚେଲ୍ଲା କୁମାର ।

ଆରମ୍ଭ ହେଲା କଂଗ୍ରେସର Membership Drive

ବିଭିନ୍ନ ବର୍ଗର ପ୍ରାୟ ଶତାଧିକ ନୂଆ ସଦସ୍ୟ ଆଜି ଦଳରେ ସାମିଲ ହୋଇଛନ୍ତି । 5ବର୍ଷ ପାଇଁ କଂଗ୍ରେସର ପ୍ରାଥମିକ ସଦସ୍ୟଙ୍କ ପାଇଁ 5ଟଙ୍କା ସଦସ୍ୟତା ରାଶି ରଖାଯାଇଛି । ଆଜି କିଛି ଓଡିଶା ସୂଚନା ଅଧିକାର କର୍ମୀ ,ଖୋର୍ଦ୍ଧାର ଜଣେ ମହିଳା ପଞ୍ଚାୟତ ସମିତି ସଭ୍ୟାଙ୍କ ସମେତ କିଛି ଭିନ୍ନକ୍ଷମ ଦଳରେ ସାମିଲ ହୋଇ ସଦସ୍ୟତା ଗ୍ରହଣ କରିଛନ୍ତି । ନୂଆ ସଦସ୍ୟଙ୍କୁ ନେଇ କଂଗ୍ରେସ ଅଧିକ ସକ୍ରିୟ ହେବ ବୋଲି ଆଶା ରଖିଛି ଦଳ ।

ସେହିପରି ରାଜ୍ୟରେ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ କଂଗ୍ରେସ ଆଗାମୀ ପଞ୍ଚାୟତ ନିର୍ବାଚନରେ ଘରଘର ବୁଲି ସାଧାରଣ ଜନତାଙ୍କ ନିକଟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ପଦାରେ ପକାଇବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.