ETV Bharat / city

ଉତ୍ତରପ୍ରଦେଶ ହିଂସା ପ୍ରତିବାଦରେ ମୌନ ଧାରଣା ଦେଲା କଂଗ୍ରେସ

author img

By

Published : Oct 11, 2021, 7:30 PM IST

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ କୃଷକ ଆନ୍ଦୋଳନବେଳେ ହୋଇଥିବା ହିଂସାକାଣ୍ଡର ପ୍ରତିବାଦରେ ମୌନ ଧାରଣା ଦେଲା କଂଗ୍ରେସ । ରାଜଭବନ ସାମ୍ନାରେ 2 ଘଣ୍ଚା ମୌନ ଧାରଣାରେ ବସିବା ସହ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଓ ବହିଷ୍କାର ଦାବି କଲା ଦଳ। ଅଧିକ ପଢନ୍ତୁ...

ଲାଷ୍ମୀପୁର ଖେରୀ ହିଂସା ପ୍ରତିବାଦରେ କଂଗ୍ରେସର ମୌନ ଧାରଣା

ଭୁବନେଶ୍ବର : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ କଂଗ୍ରେସର ଅଭିନବ ପ୍ରତିବାଦ । ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଓ ବହିଷ୍କାର ଦାବି କରି ମୌନବ୍ରତ ଧାରଣାରେ ବସିଲେ ଦଳର ବହୁ ନେତା ଓ କର୍ମୀ। PCC ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜଭଵନ ସମ୍ମୁଖରେ 2ଘଣ୍ଟା କାଳ ଦଳର ବରିଷ୍ଠ ନେତା, ମହିଳା ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତା ମୌନ ଧାରଣାରେ ବସି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।

ଆଜି ଧାରଣା ଅବସରରେ PCC ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଉତ୍ତରପ୍ରଦେଶ ଘଟଣାରେ କେନ୍ଦ୍ର ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଉଭୟ ମନ୍ତ୍ରୀ ପଦ ଓ ଦଳରୁ ବହିଷ୍କାର କରନ୍ତୁ । ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି, କେନ୍ଦ୍ର ମନ୍ତ୍ରୀଙ୍କ ବହିଷ୍କାର ସହିତ କଳା କୃଷି ଆଇନକୁ ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ। ତେବେ ଯେପର୍ଯ୍ୟନ୍ତ ଏହି ନୀତିକୁ ସରକାର ପ୍ରତ୍ୟାହାର ନକରିଛନ୍ତି ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବା ନେଇ ମଧ୍ୟ କହିଛନ୍ତି ସୁର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.