ETV Bharat / city

PMAYରେ ଅନିୟମିତତା, CBI ତଦନ୍ତ ଦାବି କଲେ ସୁର

author img

By

Published : Aug 4, 2021, 10:41 PM IST

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଆବଣ୍ଟନରେ ସମ୍ପୂର୍ଣ୍ଣ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ଅଧିକ ପଢନ୍ତୁ...

congress-reaction-on-pm-abbas-yajona-irregularities
PM Abbas Yajonaରେ ଅନିୟମିତତା, ସିବିଆଇ ତଦନ୍ତ ଦାବି କଲେ ସୁର

ଭୁବନେଶ୍ବର : ରାଜ୍ୟରେ ପିଏମ ଆବାସ ଯୋଜନାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ଏବେ କଂଗ୍ରେସ ନବୀନ ସରକାରଙ୍କୁ ଟାର୍ଗେଟ କରିଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଆବଣ୍ଟନରେ ସମ୍ପୂର୍ଣ୍ଣ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ।

PMAYରେ ଅନିୟମିତତା, CBI ତଦନ୍ତ ଦାବି କଲେ ସୁର

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁତ ବଡ ଦୁର୍ନୀତି ହୋଇଛି । ଏହାକୁ ନେଇ ସରାକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ଏହାକୁ ମୁଖ୍ୟ ଅସ୍ତ୍ର କରି ସରକାରକୁ ଟାର୍ଗେଟ କରିଥିବାବେଳେ ସେପଟେ କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଗୃହ ଆବଣ୍ଟନ କେବଳ ଦଳୀୟ ଭିତ୍ତିରେ କରିଛନ୍ତି ରାଜ୍ୟ ସରକାର। ଫୋନି ପରବର୍ତ୍ତୀ ସମୟରେ ୩ ଲକ୍ଷ ୭୯ ହଜାର ଘର ଆସିଥିଲା,ସେଥିରୁ ୮୫ ପ୍ରତିଶତ ଗୃହ ନିଜ ଦଳର କର୍ମୀଙ୍କୁ ମିଳିଛି । ଏହାଦ୍ବାରା ସାଧାରଣ ଗରିବ ,ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଖଟିଖିଆ ,ଦିନ ମଜୁରିଆ ବାହାରେ ଜୀବନ କାଟୁଛନ୍ତି। ତେଣୁ ତୁରନ୍ତ ସିବିଆଇ ତଦନ୍ତ କରାଯାଉ ବୋଲି ବୁଧବାର ଦାବି କରିଛନ୍ତି ସୁର ରାଉତରାୟ ଦାବି କରିଛନ୍ତି।

ପିଏମ ଆବାସ ଯୋଜନା ଲୋଗୋ ହଟେଇ ବିଜୁ ପକ୍କା ଘର ଯୋଜନା ଲୋଗୋ ମାରିବା ଏକ ହୀନ ମାନସିକତା । ପିଏମ ଆବାସ ଯୋଜନାରେ ୬୦ ଭାଗ କେନ୍ଦ୍ର ସରକାର ଦେଉଛନ୍ତି,୪୦ ଭାଗ ରାଜ୍ୟ ସରକାର ଦେଉଛନ୍ତି । ହେଲେ ନବୀନ ବାବୁ ଏମିତି କରିବା ଠିକ ନୁହେଁ ବୋଲି ସୁର ରାଉତରାୟ। ତେବେ ଆଗକୁ ଏହାର କଡା ଜବାବ ଦେବେ ସାଧାରଣ ଲୋକେ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.