ETV Bharat / city

ପଇସା ଦେଇ ଭୋଟ ନେବା ବିଜେଡିର କାମ: ସୁର - ବିଜେଡି ପ୍ରତିଷ୍ଠା ଦିବସ ପାଳନ

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ । ପ୍ରତିଷ୍ଠା ଦିବସ ପାଳନକୁ ନେଇ କଂଗ୍ରେସର ଟାର୍ଗେଟ । ଅଧିକ ପଢନ୍ତୁ

ପଇସା ଦେବା ଭୋଟ ନେବା ବିଜେଡିର କାମ: ସୁର
ପଇସା ଦେବା ଭୋଟ ନେବା ବିଜେଡିର କାମ: ସୁର
author img

By

Published : Dec 26, 2021, 8:02 PM IST

ଭୁବନେଶ୍ବର : ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଗତ ୨୧ବର୍ଷ ଧରି ବିକାଶର ନୂଆ ମାଇଲ ଖୁଣ୍ଟକୁ ଛୁଇଁଛି ଓଡ଼ିଶା । ବିଜେଡିର କାର୍ଯ୍ୟକାରିତାକୁ ନେଇ ଏହା ଦଳ ନୁହେଁ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେଲାଣି ବୋଲି ବିଜେଡିର ନେତାମାନେ କହିଛନ୍ତି । ବିଜେଡି ନେତାଙ୍କ ଏଭଳି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଜେଡି ନେତାମାନେ ପାଗଳ ହୋଇଗଲେଣି ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ପଇସା ଦେବା ଭୋଟ ନେବା ବିଜେଡିର କାମ: ସୁର

ସେ ପଇସା ଦେଇ ଲୋକମାନଙ୍କୁ ଆଣି ଶୋ ଦେଖେଇ ହେଉଛନ୍ତି । ଆଉ ସ୍ବପ୍ନ ଦେଖାଉଛନ୍ତି । ଲୋକେ କିନ୍ତୁ ତାଙ୍କ ମିଛ ରାଜନୀତିଙ୍କୁ ବୁଝିଲେଣି । ଯାହାର ଜବାବ ପଞ୍ଚାୟତ ନିର୍ବାଚନରେ ଦେବେ । କାରଣ ବିଜେଡି କେବଳ ଭୋଟ ରାଜନୀତି କରୁଛି । ସେହିପରି ସମାନ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ସେ କହିଛନ୍ତି ବିଜେଡି ପ୍ରତିଷ୍ଠା ଦିବସରେ ଆତ୍ମସମୀକ୍ଷା କରୁ । କାରଣ ବିଜେଡି ଗଠନ ହେବାବେଳେ ଗୋଟେ ଲକ୍ଷ୍ୟ ଥିଲା । ହେଲେ ଏବେ କେବଳ ନିର୍ବାଚନ ଜିତିବା ତାଙ୍କ ଲକ୍ଷ୍ୟ । ବିଜେଡି ଲୋକପ୍ରିୟତା ହାସଲ କରିଛି । ହେଲେ ଓଡିଶା ଦାରିଦ୍ର୍ୟ ଭିତରକୁ ଚାଲି ଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.