ETV Bharat / city

ପେଟ୍ରୋଲ ପମ୍ପରେ କଂଗ୍ରେସ ତାତି: କେଉଁଠି ଦସ୍ତଖତ ଅଭିଯାନ, କେଉଁଠି ବାଜିଲା ଥାଳି - କଂଗ୍ରେସର ବିକ୍ଷୋଭ

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

author img

By

Published : Jul 17, 2021, 4:51 PM IST

Updated : Jul 17, 2021, 9:48 PM IST

21:39 July 17

ଦରଦାମ ବୃଦ୍ଧି ପ୍ରତିବାଦରେ ନୟାଗଡ କଂଗ୍ରେସର ବିକ୍ଷୋଭ

ନୟାଗଡ଼: ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ ଖାଇବା ତେଲ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରତିବାଦ କରିଛି ନୟାଗଡ଼ କଂଗ୍ରେସ l ନୟାଗଡ଼ ଟାଉନ ଥାନା ନିକଟ ଭାରତ ପେଟ୍ରୋଲିୟମ ପେଟ୍ରୋଲ ପମ୍ପ ଠାରେ ନୟାଗଡ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଉପରେ ଉପଭୋକ୍ତାଙ୍କ ଠାରୁ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା l

ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରସ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲ, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ଆମଜାଦ ଖାଁ, ଅଶୋକ ନାୟକ,ବିଜୟ କୁମାର ଦାସ, ଅବଦୁଲ ନିଜାମ, ଚିତ୍ତରଞ୍ଜନ ମହାଳିକ,ଜିତେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସହ ଦଳୀୟ କର୍ମୀମାନେ ପେଟ୍ରୋଲ ଲିଟର 100 ପାର ହୋଇଥିବାରୁ କେକ କାଟି ପ୍ରତିବାଦ କରିଥିଲେ l ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଚିରାଯିବା ସହ ବିଜେଡିର ନିରବତାକୁ ସମାଲୋଚନା କରାଯାଇଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

21:37 July 17

ଦରଦାମ ବୃଦ୍ଧି ପ୍ରତିବାଦରେ କୋରାପୁଟ କଂଗ୍ରେସର ବିକ୍ଷୋଭ

ଦରଦାମ ପ୍ରତିବାଦରେ କୋରାପୁଟ କଂଗ୍ରେସର ବିକ୍ଷୋଭ

କୋରାପୁଟ: ପେଟ୍ରୋଲ ଓ ଡିଜେଲ ଦରଦାମ ବୃଦ୍ଧି ବିରୁଦ୍ଧରେ କଂଗ୍ରେସ ଦଳ ତରଫରୁ ଚାଲିଥିବା ଆନ୍ଦୋଳନ ନୂଆ ରୂପ ନେଇଛି । କୋରାପୁଟ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା ପେଟ୍ରୋଲ ପମ୍ପରେ ଠିଆ ହୋଇ ଲୋକଙ୍କୁ ତୈଳ ବୃଦ୍ଧି ନିମନ୍ତେ କିପରି କେନ୍ଦ୍ର ସରକାର ଦାୟୀ ତାହା ବୁଝାଇ ତେଲ ପକାଇବାକୁ ଆସୁଥିବା ଗ୍ରାହକଙ୍କ ଠାରୁ ପ୍ରତିବାଦ ପତ୍ରରେ ସ୍ଵାକ୍ଷର ନେଇଥିଲେ ।  

ଏଥି ସହିତ କିଛି ବ୍ୟକ୍ତିଙ୍କୁ ପେଟ୍ରୋଲ ଲିଟର ପିଛା 80 ଟଙ୍କାରେ ବିକ୍ରୟ କରି ଦଳ ପ୍ରତିବାଦକୁ ଏକ ନୂତନ ରୂପ ଦେଇଥିଲେ ।  

କୋରାପୁଟରୁ ସିଏଚ, ଶାନ୍ତାକାର ଇଟିଭି ଭାରତ

21:36 July 17

ଦରଦାମ ବୃଦ୍ଧିକୁ ଯୁବ କଂଗ୍ରେସର ବିରୋଧ

ଦରଦାମ ବୃଦ୍ଧିକୁ ଯୁବ କଂଗ୍ରେସର ବିରୋଧ

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନେଇ ଯୁବ କଂଗ୍ରେସର ନିଆରା ପ୍ରତିବାଦ l କଂଗ୍ରେସ ଭବନ ଠାରୁ ବାଇକକୁ କୋକେଇରେ ଧରି ଗାନ୍ଧୀ ମାର୍ଗରେ ଶୋଭାଯାତ୍ରା ଓ ପ୍ରତିବାଦ କରିଛନ୍ତି l ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଜନସାଧାରଣଙ୍କ ଉପରେ ଜୋରଦାର ପ୍ରଭାବ ପକାଇଛି l ଏଣିକି ଆଉ ଗାଡି ଚଳାଇ ହେବନାହିଁ, ଗାଡିକୁ ସଂଗ୍ରହାଳୟରେ ସାଇତି ରଖିବାକୁ ପଡିବ l ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି l  

ଜନସାଧାରଣଙ୍କ ଉପରେ ଉଭୟ କେନ୍ଦ୍ର ଏକ୍ସାଇଜ ଡ୍ୟୁଟି ଓ ରାଜ୍ୟ ସରକାର ଭାଟ ଲଦି ଚାଲିଛନ୍ତି l କିଛି ହାତଗଣତି ମୁନାଫାଖୋରଙ୍କ ଫାଇଦା ପାଇଁ କେନ୍ଦ୍ର ସରକାର ଝିଣ୍ଟିକା ମାରି ବଣି ପୋଶୁଛନ୍ତି l ଆଉ ଏବେ କୋଭିଡ ପରିଚାଳନା ପାଇଁ ମାଗଣା ଟୀକା ଓ ଗରିବଙ୍କୁ ରାସନ ପାଇଁ ଏହି ଅର୍ଥ ଦେଉଛି ବୋଲି ଯାହା ବିଜେପି କହୁଛି ତାହା କେବଳ ବାହାନା l ପୂର୍ବରୁ କଂଗ୍ରେସ ଅମଳରେ ଅନେକ ଟୀକାକରଣ ବ୍ୟାପକ ଭାବେ କରାଯାଇଛି l ଯଦି ତୈଳ ଦର ଓ ଅତ୍ୟଆବଶ୍ୟକ ସାମଗ୍ରୀ ଦର ନକମେ ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ l

ଭୁବନେଶ୍ବରରୁ ମନେରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

21:35 July 17

ଦରଦାମ ବୃଦ୍ଧିକୁ ଢେଙ୍କାଳ କଂଗ୍ରେସର ବିରୋଧ

ଦରଦାମ ବୃଦ୍ଧିକୁ ଢେଙ୍କାଳ କଂଗ୍ରେସର ବିରୋଧ

ଢେଙ୍କାନାଳ: ପେଟ୍ରୋଲ ଡିଜେଲର ଅତ୍ୟଧିକ ଦର ବୃଦ୍ଧିକୁ ପ୍ରତିବାଦ କରିଛି କଂଗ୍ରେସ । ଏପରିକି ଆଜି ଢେଙ୍କାନାଳରେ କଂଗ୍ରେସ ପକ୍ଷରୁ ସ୍ଥାନୀୟ କୁଞ୍ଜକାନ୍ତ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ବିକ୍ରି କରିଥିବା ବେଳେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ।  

ପରେ ସହର ପରିକ୍ରମା କରି କଂଗ୍ରେସ କର୍ମୀମାନେ କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧୀ ମନ୍ଦିର ପର୍ଯ୍ୟନ୍ତ ଏକ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

21:33 July 17

ସୁନ୍ଦରଗଡ କଂଗ୍ରେସର ପ୍ରତିବାଦ

ସୁନ୍ଦରଗଡ କଂଗ୍ରେସର ପ୍ରତିବାଦ

ସୁନ୍ଦରଗଡ: ଭରତର ଜନସାଧାରଣଙ୍କ ଠାରୁ ଅନୈତିକ ଭାବେ ବର୍ଦ୍ଧିତ ଟ୍ୟାକ୍ସ ଆଦାୟ କରୁଥିବା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଟ୍ୟାକ୍ସ କମାଇ ଉଚିତ ମୂଲ୍ୟରେ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଯାଗାଇଦେବେ ଦେବା ପାଇଁ ଆଜି କଂଗ୍ରେସ ଦଳ ରାଷ୍ଟ୍ରପତିଙ୍କୁ ନିବେଦନ କରିଛି । ସୁନ୍ଦରଗଡରେ ଏହି ପ୍ରତିବାଦ ଆଜି ବ୍ୟାପକ ଭାବେ ଦେଖିବାକୁ ମିଳିଥିଲା ।

ତୈଳଦର ବୃଦ୍ଧି ଯୋଗୁଁ ଖାଦ୍ୟ ସାମଗ୍ରୀ, ପନିପରିବା, ପାଇକାରୀ (ଗ୍ରୋସରୀ) ଆଦି ଜିନିଷର ଦାମ ଅହେତୁକ ଭାବେ ବଢିବାରେ ଲାଗିଥିବା କଥା କଂଗ୍ରେସ ଦଳ କହିଛି । ଏନେଇ କଂଗ୍ରସ ଦଳ ଆଜି ସମସ୍ତ ପେଟ୍ରୋଲ ପମ୍ପରେ ତାର ଦସ୍ତଖତ ସଂଗ୍ରହ ଆଭିଯାନ ଆରମ୍ଭ କରିଛି । ଜନସାଧାରଣଙ୍କ ଏହି ଦସ୍ତଖତକୁ କଂଗ୍ରେସ ଦଳ ମହାମହିମ ରାଷ୍ଟ୍ରପତିଙ୍କୁ ପଠାଇବା ସହ ଏହା ଉପରେ ତାଙ୍କର ନିୟନ୍ତ୍ରଣ ନେଇ ନିବେଦନ କରିବ ବୋଲି କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

16:52 July 17

ଦରଦାମ ବୃଦ୍ଧି ପ୍ରତିବାଦରେ ଅନୁଗୋଳ କଂଗ୍ରେସର ବିକ୍ଷୋଭ

ଅନୁଗୋଳ: ଜିଲ୍ଲାର ବିଭିନ୍ନ ତେଲ ଟାଙ୍କି ସମ୍ମୁଖରେ କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧିର ପ୍ରତିବାଦ କରାଯାଇଛି । ସହର ପିଟିସି ଛକ ପାଖ ତେଲ ଟାଙ୍କି ଓ ଜରାଶିଙ୍ଗା ଟାଙ୍କି ସମ୍ମୁଖରେ କଂଗ୍ରେସ କରିଛି ପ୍ରତିବାଦ । 

ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା ଓ ମହିଳା ନେତ୍ରୀ ସସ୍ମିତା ବେହରାଙ୍କ ନେତୃତ୍ବରେ ତେଲ ଟାଙ୍କି ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରାଯିବା ସହ ତୈଳ ଦର ବୃଦ୍ଧିକୁ ନେଇ ଦସ୍ତଖତ ଅଭିଯାନ କରାଯାଇଛି । ଏହା ଛଡା ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା ତେଲ ଟାଙ୍କିକୁ ଆସୁଥିବା ଲୋକଙ୍କୁ ସଚେତନ କରିଛନ୍ତି। ସେପଟେ ସସ୍ମିତା ବେହେରାଙ୍କ ନେତୃତ୍ତ୍ବରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଶ ପୁତ୍ତଳିକା ଦାହ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

15:02 July 17

ନୂଆପଡାର ବିଭିନ୍ନ ସ୍ଥାନରେ କଂଗ୍ରେସର ବିକ୍ଷୋଭ

ନୂଆପଡା: ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଜିଲ୍ଲାର ପ୍ରତ୍ୟେକ ପେଟ୍ରୋଲ ପମ୍ପ ସମ୍ମୁଖରେ ଛାତ୍ର, ଯୁବ ଓ ମହିଳା କଂଗ୍ରେସର ଶତାଧିକ ନେତା ଓ କର୍ମୀଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ଖଡ଼ିଆଳ ନଗର କଂଗ୍ରେସ କମିଟି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଖଡ଼ିଆଳ ପେଟ୍ରୋଲ ପମ୍ପ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  

ଅଭିନବ ଉପାୟରେ ହାତରେ ଦଳୀୟ ପତାକା, ପ୍ଲାକାର୍ଡ ଧରି ଥାଳି ଓ ବାଦ୍ୟ ଧ୍ୱନିରେ ପ୍ରକମ୍ପିତ କଲେ ପେଟ୍ରୋଲ ପମ୍ପକୁ। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧିକୁ ନିନ୍ଦା କରି କଂଗ୍ରେସ ଏହି ପ୍ରତିବାଦ କରିଛି । କେନ୍ଦ୍ର ମୋଦି ଏବଂ ରାଜ୍ୟ ନବୀନ ସରକାରକୁ ଦାୟୀ କରି ତୁରନ୍ତ ଦରଦାମ ପ୍ରତ୍ୟାହାର ପାଇଁ ଚେତାବନୀ ଦେଇଛନ୍ତି । ନଚେତ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସତର୍କ ସୂଚନା ଦେଇଛି କଂଗ୍ରେସ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jul 17, 2021, 9:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.