ETV Bharat / city

ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ରାଜରାସ୍ତାରେ କଂଗ୍ରେସ

author img

By

Published : Mar 12, 2021, 1:34 PM IST

Updated : Mar 12, 2021, 5:57 PM IST

ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ରାଜରାସ୍ତାରେ କଂଗ୍ରେସ। ବିଏମସି ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ରାଜରାସ୍ତାରେ କଂଗ୍ରେସ । କଂଗ୍ରେସ ପକ୍ଷରୁ ବିଏମସି ଜୋନାଲ ଅଫିସ ଘେରାଉ କରାଯାଇଛି। ଅଧିକ ପଢନ୍ତୁ...

ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ରାଜରାସ୍ତାରେ କଂଗ୍ରେସ

ଭୁବନେଶ୍ବର: ବିଏମସି ଆଲୋଚନା ନକରି 7 ଗୁଣ ହୋଲ୍ଡିଂ ଟ୍ୟାକ୍ସ ବଢ଼ାଇଛି। ଏହାକୁ ବରିଷ୍ଠ କଂଗ୍ରେସ ନେତାମାନେ ବିରୋଧ କରିବା ସହ ଭୁବନେଶ୍ବର ବାସୀଙ୍କୁ ଟ୍ୟାକ୍ସ ନଦେବାକୁ କହିଛନ୍ତି | ଏହା ସହ ଆଗାମୀ 15 ତାରିଖରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହା ବିରୋଧରେ କରାଯାଇ କଳ୍ପନା ସ୍ଥିତ ବିଏମସି ଅଫିସ ଘେରାଉ କରାଯିବ।

ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ରାଜରାସ୍ତାରେ କଂଗ୍ରେସ

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଟ୍ୟାକ୍ସ ପୂରା ଛାଡ଼ କରିବାକୁ ଦାବି କରାଯାଇଛି । ଯଦି ସେମାନଙ୍କ ଦାବି ପୂରଣ ନହୁଏ ଯାହା ହେବ ସରକାର ସେଥିପାଇଁ ଦାୟୀ ରହିବେ ବୋଲି କହିଛନ୍ତି କଂଗ୍ରେସ ନେତା ଭୁବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ ଦାସ।

ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ଟିକସକୁ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି । ଏହା ସହ ନୂଆ କରି ଆଇନ ସମ୍ମତ ଭାବରେ କରିବାକୁ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହାସହ ମୁନିସିପାଲିଟି ନିର୍ବାଚନ ଯଥାଶୀଘ୍ର କରି ଅଫିସର ରାଜ ଶେଷ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ତୃତୀୟ ଦାବି ରହିଛି ସରକାରଙ୍କ ଅର୍ବାନ ଡିପାର୍ଟମେଣ୍ଟ ତରଫରୁ ଏହି ଟିକସ ବାବଦରେ ଏକ ସ୍ପଷ୍ଟୀକରଣ ଦିଆଯାଉ। ଏହି ଦାବିକୁ ନେଇ କଂଗ୍ରେସର ନେତା ଓ କର୍ମୀ ମାନେ ରାଜରାସ୍ତାରେ ରାଲି କରି ସାମନ୍ତରାୟ ପୁର ସ୍ଥିତ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 12, 2021, 5:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.