ETV Bharat / city

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସର ବିକ୍ଷୋଭ

କଳାହାଣ୍ଡି ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 19, 2021, 10:43 PM IST

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସର ବିକ୍ଷୋଭ
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା । ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ପକ୍ଷରୁ ଆଜି (ମଙ୍ଗଳବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରାଯାଇଛି ।

ସନ୍ ସାଇନ୍ ପବ୍ଲିକ୍ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁ ଏହି ମାମଲାର ଦୋଷୀ । ବିଦ୍ୟାଳୟ ସଞ୍ଚାଳକ ଗୋବିନ୍ଦ ସାହୁ ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଓଡିଶା ସରକାରର ବହୁ ମନ୍ତ୍ରୀମାନଙ୍କ ସହ ତାଙ୍କର ସମ୍ପର୍କ ଅତି ଘନିଷ୍ଠ । ରାଜ୍ୟ ସରକାରଙ୍କ ବହୁ ପ୍ରଭାବଶାଳୀ ମନ୍ତ୍ରୀ ଗୋବିନ୍ଦ ସାହୁଙ୍କ ବିଦ୍ୟାଳୟ ଏବଂ କଲେଜକୁ ବିଭିନ୍ନ ସମୟରେ ଅତିଥି ହୋଇ ଯାଇଛନ୍ତି । ଏହି ମାମଲାରେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁ ଯୋଡ଼ି ହେଉଛି ।

ଆଉ ଏହି ଘଟଣାକୁ ଦୀର୍ଘ ୧୦ ଦିନ ହୋଇଯାଇଥିଲେ ସୁଦ୍ଧା ଏହି ମାମଲାରେ ପୋଲିସ୍ ବିଭାଗର କୌଣସି ତଦନ୍ତ ସନ୍ତୋଷଜନକ ନୁହଁ । ପୋଲିସ ହେପାଜତରୁ ଗୋବିନ୍ଦ ସାହୁ ଫେରାର ହୋଇଥିବା କଥା ସାମ୍ନାକୁ ଆସୁଛି, ଗୋବିନ୍ଦ ସାହୁ ନିଜେ ଫେରାର ହେଇଛି ନାଁ ତାକୁ ଜାଣିଶୁଣି ପ୍ରମାଣ ନଷ୍ଟ କରିବା ପାଇଁ ଫେରାର କରାଇ ଦିଆଯାଇଛି । ତେଣୁ ସେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.