ETV Bharat / city

ଟ୍ୟାକ୍ସ ବୃଦ୍ଧିକୁ କଂଗ୍ରେସର ବିରୋଧ, ବିଏମସି କାର୍ଯ୍ୟାଳୟ ଘେରାଉ - ଭୁବନେଶ୍ବର

ଟ୍ୟାକ୍ସ ବୃଦ୍ଧିକୁ ନେଇ ତେଜୁଛି ରାଜନୀତି । ବିଭିନ୍ନ ଦଳର ବିକ୍ଷୋଭ ଜାରି ରହିଛି। ଟ୍ୟାକ୍ସ ବୃଦ୍ଧି ନେଇ କଂଗ୍ରେସ ଆଜି ବିଏମସି କାର୍ଯ୍ୟାଳୟ ଘେରାଉ କରିଛି। ଅଧିକ ପଢନ୍ତୁ...

ଟ୍ୟାକ୍ସ ବୃଦ୍ଧିକୁ କଂଗ୍ରେସର ବିରୋଧ, ବିଏମସି କାର୍ଯ୍ୟାଳୟ ଘେରାଉ

author img

By

Published : Mar 15, 2021, 1:30 PM IST

Updated : Mar 15, 2021, 1:46 PM IST

ଭୁବନେଶ୍ବର: ଟ୍ୟାକ୍ସ ବୃଦ୍ଧିକୁ ନେଇ ତେଜୁଛି ରାଜନୀତି । ବିଭିନ୍ନ ଦଳର ବିକ୍ଷୋଭ ଜାରି ରହିଛି। ଟ୍ୟାକ୍ସ ବୃଦ୍ଧି ନେଇ କଂଗ୍ରେସ ଆଜି ବିଏମସି କାର୍ଯ୍ୟାଳୟ ଘେରାଉ କରିଛି। ଏହାସହ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରତ୍ୟାହାର ଦାବିରେ ଧାରଣା ଦିଆଯାଇଛି। ଭୁବନେଶ୍ବରରେ ବେଆଇନ ଭାବେ ଟ୍ୟାକ୍ସ ଆଦାୟ କରୁଛି ବିଏମସି । ତେଣୁ ପିସିସି ସଭାପତିଙ୍କ ନେତୃତ୍ବରେ ବିଏମସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଟ୍ୟାକ୍ସ ବୃଦ୍ଧିକୁ କଂଗ୍ରେସର ବିରୋଧ, ବିଏମସି କାର୍ଯ୍ୟାଳୟ ଘେରାଉ

ଜିଲ୍ଲା କଂଗ୍ରେସର ଏକ ବିଶାଳ ରାଲି ମାଉସୀ ମା ଛକରୁ ଯାଇ ବିଏମସି ସମ୍ମୁଖରେ ହୋଲଡିଂ ଟ୍ୟାକ୍ସ କମେଇବା ପାଇଁ ପ୍ରତିବାଦ କରିଥିଲେ। କୋଭିଡ ମହାମାରୀ ସମୟରେ ସାଧାରଣ ଲୋକେ ପ୍ରଭାବିତ ହୋଇଥିଲା ବେଳେ ବିଏମସି ଜୋର ଜବରଦସ୍ତ ଟ୍ୟାକ୍ସ ଆଦାୟ କରୁଛି। ହୋଲଡିଂ ଟ୍ୟାକ୍ସକୁ ୧୦ ଗୁଣା ବୃଦ୍ଧି କରିଛି, ଯାହା ସମ୍ପୂର୍ଣ ବେଆଇନ। ମନଇଚ୍ଛା ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ତୀବ୍ର ବିରୋଧ କରାଯିବ ବୋଲି କଂଗ୍ରେସ କହିଛି ଓ ଆଗକୁ ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇବେ।

କୋର୍ଟର ନିର୍ଦ୍ଦେଶ କ'ଣ ରହିଛି, ସେ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନାହିଁ। କେତେ କର ଆଦାୟ କରିବେ, କେଉଁ ଆଧାରରେ କରିବେ କିଛି ସ୍ପଷ୍ଟ ହୋଇନାହିଁ। ବେଞ୍ଚମାର୍କ ମୂଲ୍ୟ ମନଇଚ୍ଛା ନିର୍ଦ୍ଧାରଣ କରିବା ବେଆଇନ ତେଣୁ ତୁରନ୍ତ ପ୍ରତ୍ୟାହାର କରାଯାଉ ସେପଟେ ବିଏମସି ଭୁବନେଶ୍ବର ଉନ୍ନତି ପାଇଁ ବଦ୍ଧ ପରିକର। ଦୀର୍ଘ ବର୍ଷ ପରେ ହୋଲଡିଂ ଟିକସ ବୃଦ୍ଧି କରାଯାଇଛି। ଏନେଇ ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ରେଟ୍ ରହିଛି। ଅନ୍ୟପକ୍ଷେ କୋର୍ଟର ନିର୍ଦ୍ଦେଶ ଅନୁସାରେ ଟ୍ୟାକ୍ସର ୫୦ ପ୍ରତିଶତ ବିଏମସି ଆଦାୟ କରୁଛି ଓ ଜମିର ମୂଲ୍ୟ ସହ ଟ୍ୟାକ୍ସ ନିର୍ଦ୍ଧାରଣ କରାଯାଇଛି ବୋଲି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 15, 2021, 1:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.