ETV Bharat / city

ବନ୍ୟାଞ୍ଚଳ ପରିଦର୍ଶନ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ - କଂଗ୍ରେସ ପ୍ରେସମିଟ

ବାତ୍ୟାଞ୍ଚଳ ପରିଦର୍ଶନ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଅଧିକ ପଢନ୍ତୁ...

ବନ୍ୟାଞ୍ଚଳ ପରିଦର୍ଶନ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

author img

By

Published : Jun 1, 2021, 2:48 PM IST

ଭୁବନେଶ୍ବର: ବାତ୍ୟାଞ୍ଚଳ ପରିଦର୍ଶନ ପରେ କଂଗ୍ରେସ ଟାସ୍କ ଫୋର୍ସର ସାମ୍ବାଦିକ ସମ୍ମିଳନୀ । ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ରାଜ୍ୟ ସରକାର ବାତ୍ୟା ପରେ ନିଜ ଛବି ବଞ୍ଚାଇବା ପାଇଁ ଅଧିକ ଚେଷ୍ଟା କରିଛନ୍ତି । ବାତ୍ୟା ସହାୟତା କେବଳ ଚୁଡାଗୁଡ ଓ ପଲିଥିନରେ ସୀମିତ ରହିଛି । ଏବେ ବି ଲୋକ ଭୋକ ଉପାସରେ ଅଛନ୍ତି । 29ରୁ ରିଲିଫ ବଣ୍ଟା ହେଉଛି । କୌଣସି ପ୍ରଶାସନିକ ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚି ନାହାନ୍ତି । ଜଳବନ୍ଦୀ ଘେରରେ ଥିବା ଲୋକଙ୍କୁ ରିଲିଫ ଦେବା ପାଇଁ ସରକାରଙ୍କ ପାଖରେ ସାଧନ ନାହିଁ ବୋଲି କଂଗ୍ରେସ ଆକ୍ଷେପ କରିଛି ।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ 7 ଦିନ କାଳ ରନ୍ଧା ଖାଦ୍ୟ ପାଇଁ ଘୋଷଣା କଲେ । ହେଲେ କୌଣସି ଏସଏସଜିକୁ ଟଙ୍କାଟିଏ ମଧ୍ୟ ଦିଆ ହୋଇନି । 128ଟି ଗାଁ ଲୋକ ଏବେ ବି ପାଣି ଘେରରେ । 10 ହଜାର ଘର ଭାଙ୍ଗି ଯାଇଛି । ପକ୍କା ଘର ପାଇଁ ଦୃଷ୍ଟି ଦେଇ ନାହାନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏଣୁ ତୁରନ୍ତ ତାଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇବାକୁ କଂଗ୍ରେସ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛନ୍ତି । ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର , କେନ୍ଦ୍ରାପଡାରେ ଚାଷ ଜମି ଉଜୁଡି ଯାଇଛି । 500 ରୁ 700 କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷ ନଷ୍ଟ ହୋଇଛି । ସମସ୍ତ ଚାଷୀ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହେଉ । 151 ହେକ୍ଟର ଜମିରେ ଲୁଣି ପାଣି ମାଡିଛି ବୋଲି ସରକାରୀ ତଥ୍ୟ ଭିତ୍ତିହୀନ ବୋଲି କଂଗ୍ରେସ କହିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.