ଭୁବନେଶ୍ବର: କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ନେଇ ପ୍ରଦେଶ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଉପସଭପତି ଯଜ୍ଞେଶ୍ବର ବାବୁ କହିଛନ୍ତି, ଆସନ୍ତା ମାର୍ଚ୍ଚରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରତି ଜିଲ୍ଲା ଓ ବ୍ଲକରେ ରିଟର୍ଣ୍ଣିଂ ଅଫିସର ନିୟୋଜିତ ହେବେ ।
ଡିଜିଟାଲ ଓ ବ୍ୟାଲେଟ ଯୋଗେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ନିର୍ବାଚନ କରାଯିବ । ନିରଜ ଡାଙ୍ଗୀ ପ୍ରାଦେଶିକ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରତି ପୁଲିଂ ବୁଥରୁ 100 ଜଣଙ୍କୁ ସଦସ୍ୟ କରିବା ପାଇଁ ଟାର୍ଗେଟ କରାଯାଇଛି ବୋଲି କହିଛନ୍ତି ଯଜ୍ଞେଶ୍ବର ବାବୁ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ