ETV Bharat / city

କଳାହାଣ୍ଡି ଷ୍ଟେଜରେ ନ ବସନ୍ତୁ ଦିବ୍ୟଶଙ୍କର, ଚେତାବନୀ ଦେଲେ ତାରା - congress worker attacked in kuchinda

ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ସମୟରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ବେଳେ ଆକ୍ରମଣ କରିଥିଲେ ବିଜେଡି କର୍ମୀ । ଏହାକୁ ନେଇ ଆଜି ରାଜଧାନୀରେ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ପ୍ରକାଶ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ...

କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କୁ ମାଡ଼: କ୍ଷୋଭ ପ୍ରକାଶ କଲେ ତାରା

author img

By

Published : Nov 3, 2021, 4:23 PM IST

Updated : Nov 3, 2021, 5:00 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ସମୟରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ବେଳେ ଆକ୍ରମଣ କରିଥିଲେ ବିଜେଡି କର୍ମୀ । ଏହାକୁ ନେଇ ଆଜି ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ପ୍ରକାଶ କରିଛି କଂଗ୍ରେସ । ଘଟଣାକୁ ନେଇ ପୋଲିସ ଡିଜିଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, "ରାଜ୍ୟରେ ଗଣତନ୍ତ୍ର ନାହିଁ । ଯଦି ଥାଆନ୍ତା ତାହାଲେ କୁଚିଣ୍ଡାରେ ବିଜେଡି କର୍ମୀ ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କୁ ଜୀବନରେ ମାରିବାକୁ ଉଦ୍ୟମ କରିନଥାଆନ୍ତେ । ପୋଲିସ ସାମ୍ନାରେ ମାଡ଼ ହେଉଛି । ଡିଜି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ସେ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ବି ଚୁପ ରହିଛନ୍ତି ।"

କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କୁ ମାଡ଼: କ୍ଷୋଭ ପ୍ରକାଶ କଲେ ତାରା

ଏହାପରେ ପୁନଃ କଂଗ୍ରେସ ବିଧାୟକ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ବହିଷ୍କାର ସହ ଗିରଫ ଦାବି କରିଛନ୍ତି ତାରା ପ୍ରସାଦ ବାହିନୀପତି । ନଚେତ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ପୁନର୍ବାର ନିର୍ବାଚନର ସମ୍ମୁଖୀନ ହୁଅନ୍ତୁ ବୋଲି ସେ କହିଛନ୍ତି । ଗଣମାଧ୍ୟମ ବି ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ସାମ୍ନାକୁ ଆଣୁ । କଳାହାଣ୍ଡି ସଭାରେ ଦିବ୍ୟଶଙ୍କରଙ୍କୁ ଷ୍ଟେଜରେ ନ ବସାଇବାକୁ ସେ କହିଛନ୍ତି । ଏଭଳି ନ ହେଲେ କଂଗ୍ରେସ ବିରୋଧ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଦରଦାମ ବୃଦ୍ଧି ଉପରେ ବିଜେଡି ଏଯାଏଁ ଚୁପ ଥିଲା । ଦିବ୍ୟଶଙ୍କରଙ୍କ ଉପରେ ଆଙ୍ଗୁଳି ଉଠିବାରୁ ଏବେ ବିରୋଧ ଆରମ୍ଭ କରିଛି ବିଜେଡି । ବିଜେଡି- ବିଜେପି ଏକ । ମମିତାଙ୍କୁ ନେଇ ଦୁଇ ଦଳ ଡ୍ରାମା କରୁଛନ୍ତି । ୟୁପି ଖେରି ଘଟଣାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଦେଲା ବିଜେପି । ଏଠି କିନ୍ତୁ ମମିତା ମାମଲାରେ ବିକ୍ଷୋଭ କରୁଛନ୍ତି । ମମିତାଙ୍କୁ ନ୍ୟାୟ କେବଳ କଂଗ୍ରେସ ଦେବ । ଇନ୍ଦିରା ଆବାସ ଯୋଜନା ନାମରେ ଅଧିକ ଦୁର୍ନୀତି କରାଯାଉଛି । ଉଭୟ ବିଜେପି-ବିଜେଡି ସରକାରରେ ରହିବାର ଅଧିକାର ନାହିଁ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 3, 2021, 5:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.