ETV Bharat / city

Panchayat Election: ଆଚରଣ ବିଧି ଲାଗୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସୁର

author img

By

Published : Jan 11, 2022, 7:16 PM IST

ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି ଲାଗୁ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ

ନିର୍ବାଚନ ପାଇଁ ଆଚରଣ ଵିଧି ଲାଗୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସୁର

ଭୁବନେଶ୍ବର: ରାଜ୍ୟରେ ପାଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି । ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ଆଜି ତାରିଖ ଘୋଷଣା ହୋଇଛି । ରାଜ୍ୟ ନିର୍ବାଚନ କମିସନ ନିର୍ବାଚନକୁ କଟକଣାରେ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ସହ ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟ ସୁର ରାଉତରାୟ ।

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି ଲାଗୁ ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ନିର୍ବାଚନ କମିଶନରଙ୍କ ସହ ସରକାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ସୁର। ନିର୍ବାଚନରେ ପ୍ରାର୍ଥୀ 5 ଜଣଙ୍କୁ ନେଇ ପ୍ରଚାର କରିବ ଏହି ନିଷ୍ପତ୍ତିକୁ ଠିକ ବୋଲି କହିଛନ୍ତି ସୁର । ମୁଁ ଆଗରୁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ କହିଆସିଛି। ତେଣୁ ଇଲେକ୍ସନ କମିଶନର ଯାହା ନିଷ୍ପତ୍ତି ଘୋଷଣା କରିଛନ୍ତି ତାଙ୍କୁ ମୁଁ ସାଧୁବାଦ ସହ ଧନ୍ୟବାଦ ଜଣାଉଛି।

Odisha Panchayat Poll: ଫେବୃୟାରୀ ୧୬ ରୁ ପଞ୍ଚାୟତ ନିର୍ବାଚନ

ସେହିପରି ନିର୍ବାଚନରେ ଶାସକ ଦଳକୁ ସୁହାଇଲାଭଳି କୌଣସି କାର୍ଯ୍ୟ କରାଯିବା ଠିକ କଥା ନୁହେଁ। କଂଗ୍ରେସ ଦଳ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ। ଦର ଦମ ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡିକୁ ସଠିକ ଉତ୍ତର ଦେବେ ଲୋକେ। ଜିଲ୍ଲା ପରିଷଦରେ କଂଗ୍ରେସ 40 ପ୍ରତିଶତ ସିଟ ହତେଇବ ବୋଲ ସୁର ରାଉତରାୟ କହିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.