ETV Bharat / city

ଭୁବନେଶ୍ବର ସହରବାସୀ କଂଗ୍ରେସକୁ ଭୋଟ ଦେବେ: ସୁର ରାଉତରାୟ

author img

By

Published : Jan 4, 2022, 7:39 PM IST

କଂଗ୍ରେସ ପୌର ନିର୍ବାଚନରେ (Municipality Election 2022) ସରକାରଙ୍କୁ କଡା ଟକ୍କର ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ (Congress MLA Suro Routray)। ଅଧିକ ପଢନ୍ତୁ

ପୌର ନିର୍ବାଚନରେ କଂଗ୍ରେସ ବାଜିମାତ କରିବ: ସୁର

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ କଂଗ୍ରେସ (Municipality Election 2022) ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆଗାମୀ ପୌରନିର୍ବାଚନକୁ ନେଇ ଏଭଳି କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ (Congress MLA Suro Routray) ।

ପୌର ନିର୍ବାଚନ ପାଇଁ ସରକାର ବିଜ୍ଞପ୍ତି ଆହ୍ବାନ କରିଛନ୍ତି। ସହରାଞ୍ଚଳରେ ନିର୍ବାଚନ କରିବା ପାଇଁ ସରକାର ଆଗଉଥିବାବେଳେ ବିରୋଧୀ ସରକାରଙ୍କ ଅଭିମୁଖ୍ୟକୁ ବିରୋଧ କରୁଛନ୍ତି। ତେବେ କଂଗ୍ରେସ ପୌର ନିର୍ବାଚନରେ ସରକାରଙ୍କୁ କଡା ଟକ୍କର ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ। ସୁରଙ୍କ ଯୁକ୍ତି ସରକାରଙ୍କ ନିର୍ଦ୍ଧିଷ୍ଟ କୌଣସି ଲକ୍ଷ୍ୟ ନାହିଁ, ସରକାର ନିଜ ସୁବିଧା ପାଇଁ ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ।

କଂଗ୍ରେସ ଲୋକଙ୍କ ସହ ଅଛି । ପୌର ନିର୍ବାଚନରେ ରାଜ୍ୟ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କୁ ଜଣାଇବୁ । ଦରଦାମ ବୃଦ୍ଧି,ବେରୋଜଗାର ,ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଲୋକଙ୍କୁ ଅବଗତ କରାଇବୁ। ପ୍ରତି ୱାର୍ଡରେ ସଂଗଠନକୁ ମଜବୁତ କରି ନିର୍ବାଚନରେ କଂଗ୍ରେସ ବାଜିମାତ କରିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.