ETV Bharat / city

ସରକାରୀ ଜମି ଆବଣ୍ଟନରେ ହୋଇଛି ବ୍ୟାପକ ଅନିୟମିତତା: ସୁର

author img

By

Published : Aug 1, 2021, 8:47 PM IST

ଭୁବନେଶ୍ବରରେ ସରକାରୀ ଜମି ଆବଣ୍ଟନରେ ବ୍ୟାପକ ଅନିୟମିତତା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ...

congress-mla-suro-routray
ସରକାରୀ ଜମି ଆବଣ୍ଟନରେ ହୋଇଛି ବ୍ୟାପକ ଅନିୟମିତତା: ସୁର

ଭୁବନେଶ୍ବର: ସରକାରୀ ଜମି ଆବଣ୍ଟନରେ ବ୍ୟାପକ ଅନିୟମିତତା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ବ୍ୟାପକ ଦୁର୍ନୀତି ହୋଇଛି, ଶାଗ ମାଛ ଦରରେ ସରକାରୀ ଜମି ବିକ୍ରି କରାଯାଇଛି ବୋଲି କହିଛନ୍ତି ସୁର ।

ରବିବାର ଜଟଣୀ ବିଧାୟକ ସୁର ରାଉତରାୟ ଅଭିଯୋଗ ଆଣିଛନ୍ତି ଯେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସରକାରୀ ଜମି ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି । ଶାଗ ମାଛ ଦରରେ ସରକାରୀ ଜମି ବିକ୍ରି କରାଯାଉଛି ଏବଂ ଜମି ନିଲାମରେ ଟେଣ୍ଡର ନ ହୋଇ ମନଇଚ୍ଛା ଜମି ବିକ୍ରି କରାଯାଉଛି । ରାଜ୍ୟରେ 5T ସରକାର ଚାଲିଥିବାବେଳେ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ହେଲେ ଭୁବନେଶ୍ୱରର ପାତ୍ରପଡା, ଭୁବନେଶ୍ୱର ୟୁନିଟ ୮ରେ ବିଭିନ୍ନ ସରକାରୀ ଜମିକୁ ଜମି ମାଫିଆଙ୍କ ହାତରେ ସରକାର ଟେକି ଦେଉଛନ୍ତି।

ବିନା କୌଣସି ବିଜ୍ଞପ୍ତି ଜାରି ନ କରି କେଉଁ ଆଧାରରେ ଲୋକଙ୍କୁ ଜମି ଦେଲେ ସରକାର ବୋଲି ସୁର ପ୍ରଶ୍ନ କରିଛନ୍ତି ? ଭୁବନେଶ୍ୱର ଓ ଏହାର ଆଖପାଖରେ ଇଡକୋ ଦ୍ୱାରା ଜମି ଆବଣ୍ଟନରେ ଜାଲିଆତି ହୋଇଛି ବୋଲି ସୁର ଦୀର୍ଘ ଦିନରୁ ଅଭିଯୋଗ କରି ଆସୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.