ETV Bharat / city

ଡିଜିଟାଲ ପ୍ରଚାରକୁ କଂଗ୍ରେସର ସ୍ୱାଗତ

author img

By

Published : Jan 12, 2022, 9:16 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଧିକ ସ୍ବଚ୍ଛତା ପାଇଁ ଏଥର ହୋଇଥିବା ନୂଆ ବ୍ୟବସ୍ଥାକୁ ସମସ୍ତେ ସ୍ବାଗତ କରିଛନ୍ତି । ସେପଟେ ଡିଜିଟାଲ ପ୍ରଚାର ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି । ଅଧିକ ପଢନ୍ତୁ

ଡିଜିଟାଲ ପ୍ରଚାରକୁ କଂଗ୍ରେସର ସ୍ୱାଗତ
ଡିଜିଟାଲ ପ୍ରଚାରକୁ କଂଗ୍ରେସର ସ୍ୱାଗତ

ଭୁବନେଶ୍ବର: ଡିଜିଟାଲ ପ୍ରଚାର ନେଇ କଂଗ୍ରେସର ପ୍ରତିକ୍ରିୟା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଧିକ ସ୍ବଚ୍ଛତା ପାଇଁ ଏଥର ହୋଇଥିବା ନୂଆ ବ୍ୟବସ୍ଥାକୁ ସମସ୍ତେ ସ୍ବାଗତ କରିଛନ୍ତି । ସେପଟେ କୋରୋନା କଟକଣା ଯୋଗୁଁ ଏଥର ଡ଼ିଜିଟାଲ ପ୍ରଚାର କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ସବୁ ଦଳ ସ୍ବାଗତ କରିବା ସହ ଭୋଟରଙ୍କ ପାଖରେ ନିଜ କଥା ପହଞ୍ଚାଇବା ପାଇଁ ତୃଣମୂଳ ସ୍ତରରେ ଡ଼ିଜିଟାଲ ୱିଙ୍ଗକୁ ଅଧିକ ସଶକ୍ତ କରୁଛନ୍ତି ।

ଡିଜିଟାଲ ପ୍ରଚାରକୁ କଂଗ୍ରେସର ସ୍ୱାଗତ

ଆସନ୍ତାକାଲି ଜାନୁଆରୀ ୧୩ ତାରିଖରୁ ନିର୍ବାଚନ ପାଇଁ ବ୍ଲକ ସ୍ତରରେ ଜାରି ହେବ ବିଜ୍ଞପ୍ତି । ଜାନୁଆରୀ ୧୭ରୁ ୨୧ ଯାଏଁ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏଥର ୱାର୍ଡ଼ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀମାନେ ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଟଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ୍ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ୱେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡ଼ରେ ପ୍ରଦର୍ଶିତ ହେବ । ପ୍ରାର୍ଥୀଙ୍କ ବିଷୟରେ ମତଦାତା ଅଧିକ ତଥ୍ୟ ଜାଣିପାରିବ । ଏହି ବ୍ୟବସ୍ଥା ଏଥର ପ୍ରଥମ ଥର ପାଇଁ ହେଉଥିବା ବେଳେ କଂଗ୍ରେସ ଏହାକୁ ସ୍ବାଗତ କରିଛି। ଏହା ସହ ଏଥର ବୁଥ୍ ଗଣତି ବଦଳରେ ବ୍ଲକ ସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ ରୁ ୨୮ ଯାଏଁ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

ଏହା ସାଙ୍ଗକୁ ଏଥର କୋଭିଡ଼ କଟକଣା ଯୋଗୁଁ ସାଧାରଣ ସଭା, ରାଲିକୁ ବାରଣ କରାଯାଇଥିବା ବେଳେ ଡ଼ିଜିଟାଲ ବା ଭର୍ଚ୍ଚୁଆଲ ପ୍ରଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଏହାକୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ସ୍ବାଗତ କରିବା ସହ ଏଥିପାଇଁ ପ୍ରସ୍ତୁତ ବି କରୁଛନ୍ତି । ଯଦିଓ ଗ୍ରାମାଞ୍ଚଳରେ ସମସ୍ତଙ୍କ ପାଖରେ ଇଣ୍ଟରନେଟ, ମୋବାଇଲ୍‌, ଟିଭି ଉପଲବ୍ଧ ନୁହେଁ, ହେଲେ ଡ଼ିଜିଟାଲ ମାଧ୍ୟମ ଜରିଆରେ ଯୁବ ଓ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯୋଜନା କରୁଛନ୍ତି ବିଭିନ୍ନ ଦଳ । ତୃଣମୂଳ ସ୍ତରରେ ନିଜ ନିଜର ଡ଼ିଜିଟାଲ ୱିଙ୍ଗକୁ ଅଧିକ ସୁଦୃଢ କରାଯାଉଛି । ଏହା ଦ୍ବାରା ସାଧାରଣ ସଭା, ର‌ାଲିରେ ହେଉଥିବା ଖର୍ଚ୍ଚ ଓ ସମୟ ବି ବଞ୍ଚିବ । ହେଲେ ଯେଉଁମାନେ ଟଙ୍କା ବାଣ୍ଟିବେ ସେମାନଙ୍କ ଉପରେ ନିର୍ବାଚନ କମିଶନ କଠୋର ହେବାର ଆବଶ୍ୟକତା ରହିଛି। ନଚେତ କିଛି ଲାଭ ହେବନି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.