ETV Bharat / city

ରାଜ୍ୟ ସରକାର ତୁରନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ସାରନ୍ତୁ: ସୁର ରାଉତରାୟ

author img

By

Published : Aug 22, 2021, 5:12 PM IST

ରାଜ୍ୟ ସରକାର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସାରୁ ନଥିବାରୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି । ରେଳମନ୍ତ୍ରୀଙ୍କ ଏହି ଟିପ୍ପଣୀ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ...

ରାଜ୍ୟ ସରକାର ତୁରନ୍ତ ଜମି ଅଧିଗ୍ରହଣ ସାରନ୍ତୁ: ସୁର

ଭୁବନେଶ୍ବର: ଜମି ଅଧିଗ୍ରହଣ ଉପରେ ନିର୍ଭରଶୀଳ ଓଡିଶାର ରେଳ ପ୍ରକଳ୍ପ । ହେଲେ ରାଜ୍ୟ ସରକାର ଏହି ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରୁନଥିବାରୁ ପ୍ରକଳ୍ପଗୁଡିକର କାର୍ଯ୍ୟ ଆଗେଇ ପାରୁନି । ଶନିବାର ଓଡିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଏହି ଟିପ୍ପଣୀ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଯଥାଶୀଘ୍ର ସରକାର ଜମି ଅଧିଗ୍ରହଣ କାମ ସାରନ୍ତୁ ବୋଲି ଦାବି କଲେ କଂଗ୍ରେସ ନେତା ।

ଭୁବନେଶ୍ବରରୁ ଦିଲ୍ଲୀ ଓ ମୁମ୍ବାଇକୁ ଦୁଇଟି ଟ୍ରେନ ଚଳାଚଳ ଆରମ୍ଭ କରାଯାଉ । ଲିଙ୍ଗରାଜଙ୍କ ନାମରେ ଭୁବନେଶ୍ବରରୁ ଦିଲ୍ଲୀ ନୂଆ ଲିଙ୍ଗରାଜ ଏକ୍ସପ୍ରେସ ଆରମ୍ଭ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ କରିବାକୁ ଦାବି କରିଛନ୍ତି ସୁର ରାଉତରାୟ ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ରାଜ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏହାର ଗତି ଧୀମା ରହିଛି । ଓଡିଶା ଗସ୍ତରେ ଆସିଥିବା ରେଳମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ରେଳ ଉନ୍ନତିକରଣ ଦିଗରେ ବିଚାରବିମର୍ଶ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.