ETV Bharat / city

ତେଜିଲା ମୂର୍ତ୍ତି ଉଚ୍ଚତା ରାଜନୀତି, ସରକାର ନିଷ୍ପତ୍ତି ବଦଳାନ୍ତୁ କହିଲେ ସୁର ରାଉତରାୟ

author img

By

Published : Sep 12, 2021, 6:43 PM IST

ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ତେଜୁଛି ରାଜନୀତି । ଏହି ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ...

congress mla suro routray reaction on maa durga idol heights issue
ତେଜିଲା ମୂର୍ତ୍ତି ଉଚ୍ଚତା ରାଜନୀତି; ଉଚ୍ଚତା ବଢାଇବାକୁ କହିଲେ ସୁର ରାଉତରାୟ

ଭୁବନେଶ୍ବର: ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ତେଜୁଛି ରାଜନୀତି । ଏହି ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ମୂର୍ତ୍ତି ଉଚ୍ଚତାକୁ ସମର୍ଥନ କରି ସରକାର ନିଷ୍ପତି ବଦଳାନ୍ତୁ ବୋଲି ସୁର କହିଛନ୍ତି ।

ଆସିଛି ପାର୍ବଣ ଋତୁ । କୋରୋନା ମହାମାରୀ ମଧ୍ୟରେ ମୂର୍ତ୍ତି ଉଚ୍ଚତାକୁ ନେଇ ରାଜନୀତି ଜୋର ଧରିଛି । କଟକରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଦାବି ଜୋର ଧରୁଥିବା ବେଳେ ଏସଆରସିଙ୍କ ସୂଚନା ପରେ କଟକ ଓ ଭୁବନେଶ୍ବର ଶାନ୍ତି କମିଟିର ବୈଠକରେ ସରଗରମ ଆଲୋଚନା ଚାଲିଛି। ତେବେ ସରକାର ରାଜନୀତି ନକରି ତୁରନ୍ତ ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ। ଦଶହରା ପୂଜା ଏକ ନିଆରା ଅନୁଭୂତି । ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ପାରମ୍ପରିକ ଭାବେ ମୂର୍ତ୍ତି ଉଚ୍ଚତା ଓ ଦର୍ଶନ ବ୍ୟବସ୍ଥା ରଖିବାକୁ ଶାନ୍ତି କମିଟି ପକ୍ଷରୁ ଦାବି କରାଯାଇଥିଲା। ସେପ୍ଟେମ୍ବର ୧୬ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଶାନ୍ତି କମିଟି।

ସୂଚନାଥାଉକି କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ପୂର୍ବତନ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସାଂସଦ ଶାନ୍ତି କମିଟିର ନିଷ୍ପତିକୁ ସମର୍ଥନ କରି ସରକାରଙ୍କ ନିଷ୍ପତିକୁ ବିରୋଧ କରୁଥିବାବେଳେ ସେପଟେ ସରକାରଙ୍କ ନିଷ୍ପତିକୁ ସମର୍ଥନ କରି ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ଦେବାଶିଷ ସାମନ୍ତରାୟ । ଯାହାକୁ ନେଇ ରାଜ୍ୟର ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.