ETV Bharat / city

ଦୁଷ୍ମନ୍ତ ପରିବାରକୁ 50 ଲକ୍ଷ କ୍ଷତିପୂରଣ ଦିଅନ୍ତୁ ସରକାର: ସୁର ରାଉତରାୟ - କଂଗ୍ରେସ ବିଧାୟକ

ମଣିଷଟିଏ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା ଉଦ୍ୟମ କରି ଜୀବନ ହାରିଦେଲା। ଦୁଷ୍ମନ୍ତ ପରିବାରକୁ 50 ଲକ୍ଷ କ୍ଷତିପୂରଣ ଦିଅନ୍ତୁ ବୋଲି ସୁର ଦାବି କରିଛନ୍ତି । ଅଧିକ ପଢନ୍ତୁ...

congress mla suro routray demand 50 lakhs compensation for dushmant family
ଦୁଷ୍ମନ୍ତ ପରିବାରକୁ 50 ଲକ୍ଷ କ୍ଷତିପୂରଣ ଦିଅନ୍ତୁ ସରକାର:ସୁର ରାଉତରାୟ
author img

By

Published : Sep 10, 2021, 8:57 PM IST

ଭୁବନେଶ୍ବର: ଚାଲିଗଲା ଜୀବନ ,ଅସୁସ୍ଥତା ସହ ଲଢି ଲଢି ବଞ୍ଚିବାକୁ ଇଚ୍ଛା ଥିବା ମଣିଷଟିଏ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା ଉଦ୍ୟମ କରି ଜୀବନ ହାରିଦେଲା। ଦୁଷ୍ମନ୍ତ ପରିବାରକୁ 50 ଲକ୍ଷ କ୍ଷତିପୂରଣ ଦିଅନ୍ତୁ ବୋଲି ସୁର ଦାବି କରିଛନ୍ତି ।

ଦୁଷ୍ମନ୍ତ ପରିବାରକୁ 50 ଲକ୍ଷ କ୍ଷତିପୂରଣ ଦିଅନ୍ତୁ ସରକାର:ସୁର ରାଉତରାୟ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାଶ ବିଧାନସଭା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପରେ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହା ପରେ ସରକାରଙ୍କୁ ଘେରିଲେ ବିରୋଧୀ। କଣ ପାଇଁ ତାର ଚିକିତ୍ସା ଅବହେଳା ହେଲା, ରାଜ୍ୟରେ ବିଜୁ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କଲା ପରେ ତା ଚିକିତ୍ସାରେ ଅସୁବିଧା କାହିଁକି ହେଲା ବୋଲି ବିରୋଧୀ ପ୍ରଶ୍ନ କହିଛନ୍ତି। ସେହିପରି ଶୁକ୍ରବାର ବିରୋଧୀ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସିବିଆଇ ତଦନ୍ତ ଦାବି କରିଥିଲା । ଏହା ପରେ କଂଗ୍ରେସ ଏହାର ତୁରନ୍ତ ତଦନ୍ତ ଆବଶ୍ୟକତା ରହିଛି ବୋଲି ଦାବି କରିଛି।

ସେପଟେ ଦୁଷ୍ମନ୍ତ ମୃତ୍ୟୁ ପାଇଁ ସରକାର ବିଧାନସଭା ବନ୍ଦ କରିଦେଲେ। ଗରିବ ଲୋକଟା ନ୍ୟାୟ ପାଇବା ପାଇଁ ବିଧାନସଭା ଆସିଥିଲା । ହେଲେ ତାର ମୃତ୍ୟୁ ହେଲା ଏବଂ ଏଥିପାଇଁ ରାଜ୍ୟ ସରକାର ଦ୍ବାୟୀ । ଏହା ସହ ସରକାର ତା ପରିବାରକୁ ତୁରନ୍ତ 50 ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି ସୁର ଦାବି କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.