ETV Bharat / city

ସାଲୁଜାଙ୍କ ବିସ୍ଫୋରକ ବୟାନ, ଅର୍ଚ୍ଚନା ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ - ସନ୍ତୋଷ ସିଂ ସାଲୁଜା

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାକୁ ନେଇ ଲାଗି ରହିଛି ହଇଚଇ । ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବାର ଭୟ ଥିବାରୁ ମାମଲା ଚପାଇ ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ

ଅର୍ଚ୍ଚନା ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ: କଂଗ୍ରେସ ବିଧାୟକ

author img

By

Published : Oct 12, 2022, 1:27 PM IST

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ(Lady blackmailer Archana Nag)କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ମାୟାବିନୀଙ୍କ ଫାସରେ କିଏ ପଡିଥିଲେ ସେନେଇ ଶାସକ ଓ ବିରୋଧିଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ନେତା, ମନ୍ତ୍ରୀ, ବରିଷ୍ଠ ଅଧିକାରୀମାନଙ୍କ ଫଟୋକୁ ନେଇ ଧୀରେ ଧୀରେ ଖୁଲାସା ହେବା ପରେ ଏହି ଘଟଣାରେ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଲେଡି ବ୍ଲାକମେଲର ସହ ରାଜ୍ୟ ସରକାରଙ୍କ ମନ୍ତ୍ରମଣ୍ଡଳ ସଦସ୍ୟଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି ବିଧାୟକ । ଏହାସହ ଅର୍ଚ୍ଚନା ନାଗ ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବାର ଭୟ ରହୁଥିବା ସେ କହିଛନ୍ତି ।

ଅର୍ଚ୍ଚନା ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ: କଂଗ୍ରେସ ବିଧାୟକ

କଂଗ୍ରେସ ବିଧାୟକ କହିଛନ୍ତି ଯେ, '' ଯେକୌଣସି ଅପରାଧିକ ମାମଲାରେ ରାଜ୍ୟ ସରକାରଙ୍କ ନେତାମନ୍ତ୍ରୀଙ୍କ ସମ୍ପୃକ୍ତି ଆସିଲେ ତାହା ଚପାଇ ଦିଆଯାଇବାକୁ ଚେଷ୍ଟା କରାଯାଏ । ମମତା ମେହେର ଭଳି ଅର୍ଚ୍ଚନା ଘଟଣାରେ ମଧ୍ୟ ଲାପଟପ୍ ଓ ମୋବାଇଲର ସତ ଲୁଚାଇବା ପାଇଁ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ବିଜେଡି ନେତା ସଫା ପୋଷାକ ପିନ୍ଧି ଘୃଣିତ କାର୍ଯ୍ୟ କରୁଛନ୍ତି । ଲେଡି ବ୍ଲାକମେଲରଙ୍କ ଫାସରେ ବିଜେଡି ବିଧାୟକ ମନ୍ତ୍ରୀ ଓ ଅଫିସର ଏବଂ କିଛି ବିଜେପି ନେତା ଫସିଛନ୍ତି । ଏହି ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବା ନେଇ ସରକାର ଭୟ କରୁଛନ୍ତି ।'' ଅର୍ଚ୍ଚନା ନାଗର ବେଆଇନ ସମ୍ପତ୍ତି ଜବତ କରି ମୋବାଇଲ ଓ ଲାପଟପ ସତ ପଦାକୁ ଅଣାଯାଉ ଏବଂ ଏହି ଘଟଣାରେ ଏସଆଇଟି ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ବଡ଼ବଡ଼ିଆ ଛଟପଟ, NHRCରେ ପହଞ୍ଚିଲା ମାମଲା

ଉଲ୍ଲେଖଯୋଗ୍ୟ, ରାଜନୈତିକ ଦଳର ନେତା, ବଲିଉଡ, ବ୍ୟବସାୟୀଙ୍କ ନାମ ଅର୍ଚ୍ଚନାଙ୍କ ସହ ଛନ୍ଦି ହୋଇଛି । ଲେଡି ବ୍ଲାକମେଲରଙ୍କ ସହ ବଡ ବଡ ନେତା, ମନ୍ତ୍ରୀ, ବରିଷ୍ଠ ଅଧିକାରୀମାନଙ୍କ ଫଟୋକୁ ନେଇ ଧୀରେ ଧୀରେ ଖୁଲାସା ହେବା ପରେ ନେତା ଓ ଅଧିକାରୀଙ୍କ ଶିବିରରେ ଏବେ ଛନକା ପଶିଛି । ବର୍ତ୍ତମାନ ଅଭିଯୁକ୍ତ ଅର୍ଚ୍ଚନା ଏବେ ପୋଲିସ ହେପାଜତରେ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.