ETV Bharat / city

ମୁଖ୍ୟମନ୍ତ୍ରୀ ସ୍ତୁତି ଗାନ ବିପର୍ଯ୍ୟୟ ପରିଚାଳନା ବୈଠକର ଉଦ୍ଦେଶ୍ୟ: ନରସିଂହ ମିଶ୍ର

ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକକୁ ନେଇ ଅସନ୍ତୋଷ । ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ପୂର୍ବ ବୈଠକରେ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଉନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନରସିଂହ । ମୁଖ୍ୟମନ୍ତ୍ରୀ ସ୍ତୁତି ଗାନ ବିପର୍ଯ୍ୟୟ ପରିଚାଳନା ବୈଠକର ଉଦ୍ଦେଶ୍ୟ ବୋଲି କହି କଟାକ୍ଷ କରିଛନ୍ତି ନରସିଂହ ମିଶ୍ର । ଅଧିକ ପଢନ୍ତୁ

author img

By

Published : Jun 17, 2022, 8:40 PM IST

ନରସିଂହ ମିଶ୍ର
ନରସିଂହ ମିଶ୍ର

ଭୁବନେଶ୍ବର: ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକକୁ ନେଇ ଅସନ୍ତୋଷ । ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ପୂର୍ବ ବୈଠକରେ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଉନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନରସିଂହ । ମୁଖ୍ୟମନ୍ତ୍ରୀ ସ୍ତୁତି ଗାନ ବିପର୍ଯ୍ୟୟ ପରିଚାଳନା ବୈଠକର ଉଦ୍ଦେଶ୍ୟ ବୋଲି କହି କଟାକ୍ଷ କରିଛନ୍ତି ନରସିଂହ ମିଶ୍ର ।

ମୁଖ୍ୟମନ୍ତ୍ରୀ ସ୍ତୁତି ଗାନ ବିପର୍ଯ୍ୟୟ ପରିଚାଳନା ବୈଠକର ଉଦେଶ୍ୟ: ନରସିଂହ ମିଶ୍ର

ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାରୀ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ନରସିଂହ । ସେ କହିଛନ୍ତି ଯେ, ଚିରାଚରିତ ଢଙ୍ଗରେ ବର୍ଷକୁ ଥରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ବୈଠକ । ପୂର୍ବ ବୈଠକରେ ଯାହା ପ୍ରସ୍ତାବ ଦେଇଥିଲି ତାହାର ଉତ୍ତର ମିଳିନାହିଁ । ଦୁର୍ନୀତି ଅଭିଯୋଗର ତଦନ୍ତ ହୋଇନାହିଁ । ତାହାଲେ ଏହି ବୈଠକର ଆବଶ୍ୟକତା କଣ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ମୁଖ୍ୟମନ୍ତ୍ରୀଙ୍କର ପ୍ରଶଂସା କରୁଛନ୍ତି ।

ନାଁ ନେଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ନରସିଂହ । ପୁରୀରେ ସବୁ ହୋଇଯାଇଥିବା ଜୟନ୍ତ କହିଥିବା ନରସିଂହ କହିଛନ୍ତି । ସରକାରୀ ଦଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ସ୍ତୁତି ଗାନ କରୁଛନ୍ତି । ସେମାନେ କହିଛନ୍ତି, ରାଜ୍ୟରେ ସବୁ କିଛି ହୋଇଯାଇଛି । ତାହାଲେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକର ଉଦେଶ୍ୟ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିପର୍ଯ୍ୟୟ ମୁକାବିଲା କରିବାରେ ନବୀନ 1 ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଶାସକ ଦଳ କହୁଛି । କିନ୍ତୁ ମୋ ନଜରରେ କୌଣସି ସୁବିଧା ଲୋକଙ୍କୁ ମିଳୁନଥିବା ନରସିଂହ ଅଭିଯୋଗ କରିଛନ୍ତି । 2019 ରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳରେ 880 ମିଲିମିଟର ବର୍ଷା ହୋଇଥିଲା । ଯାହା କ୍ଷୟକ୍ଷତି ହୋଇଥିଲା, ତାହାର କିଛି ମରାମତି ହୋଇନାହିଁ । ଘର ଭଙ୍ଗା ଲୋକ ସହାୟତା ପାଇନାହାନ୍ତି । ଯଦି ଆମର ପ୍ରସ୍ତାବ କାର୍ଯ୍ୟକାରୀ ନକରିବେ, ତେବେ ଏହି ବୈଠକ ନଡାକିବା ଭଲ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.