ETV Bharat / city

ମାସ୍କ ମହାଦୁର୍ନୀତି ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ମହାମାରୀରେ ମହାଦୁର୍ନୀତିର ଅଭିଯୋଗ ନେଇ ରାଜ୍ୟପାଳଙ୍କୁ ଭେଟିଲେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ..

congress-meet-governor-on-mask-issue
congress-meet-governor-on-mask-issue
author img

By

Published : Jun 11, 2020, 9:07 PM IST

ଭୁୁବନେଶ୍ବର: କୋରୋନା ମହାମାରୀ ସମୟରେ ମାସ୍କ ମହା ଦୁର୍ନୀତି ଅଭିଯୋଗ ନେଇ ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସର ଦୁଇ ଜଣିଆ ଟିମ। କୋରୋନା ମହାମାରୀ ଦୁଃଖଦ ସମୟରେ ମାସ୍କ କିଣା ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁରୁବାର ଭୁବନେଶ୍ୱରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଦାବି କରିଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଏହା ସହ ସମସ୍ତ ଜିଲ୍ଲା ଗୁଡିକରେ କଂଗ୍ରେସ କର୍ମୀ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ଏନେଇ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଆଗାମୀ ଦିନରେ ପ୍ରତ୍ୟକ ବ୍ଲକ ସ୍ତରରେ ଓ ପଞ୍ଚାୟତ ସ୍ତରରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ମାସ୍କ ମହାଦୁର୍ନୀତି ନେଇ ରାଜ୍ୟପାଳ ଙ୍କୁ ଭେଟିଲା କଂଗ୍ରେସ
ଏ ମାସ୍କ ମହାଦୁର୍ନୀତି ନେଇ ନବୀନ ବାବୁ ବିବେକ ଅନୁଯାୟୀ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ନିରଞ୍ଜନ। ରାଜ୍ୟ ସରକାର ନିଜର ଭୁଲକୁ ଲୁଚାଇବାକୁ ଯାଇ ବିଭିନ୍ନ ପନ୍ଥା ଆପଣାଉଛନ୍ତି । ଏହା ଉପରେ ଏକ ସ୍ଵତନ୍ତ୍ର ତଦନ୍ତ ହେବା ଉଚିତ । ନବୀନ ବାବୁ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଦୁଇ ଜଣିଆ ଟିମରେ ନିରଞ୍ଜନଙ୍କ ସହ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମଧ୍ୟ ରାଜ୍ୟପାଳଙ୍କୁ ଭେଟିଛନ୍ତି।ଭୁୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.