ETV Bharat / city

Assembly Winter Session: ନରସିଂହ କହିଲେ ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି

author img

By

Published : Dec 3, 2021, 10:42 PM IST

ମମିତା ମେହେର (Mamita Meher Murder Case) ପ୍ରସଙ୍ଗକୁ ନେଇ ଦୀର୍ଘ ଦିନ ହେଲା ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଥିବା ବେଳେ, ବିଧାନସଭା ମଧ୍ୟ ଅଚଳ ହୋଇପଡିଛି । ଏପରି ସ୍ଥିତି ରେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି । ଅଧିକ ପଢନ୍ତୁ

ନରସିଂହ
ନରସିଂହ

ଭୁବନେଶ୍ବର: ମମିତା ମେହେର (Mamita Meher Murder Case) ପ୍ରସଙ୍ଗକୁ ନେଇ ଦୀର୍ଘ ଦିନ ହେଲା ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଥିବା ବେଳେ, ବିଧାନସଭା ମଧ୍ୟ ଅଚଳ ହୋଇପଡିଛି । ଏପରି ସ୍ଥିତି ରେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ବିବୃତ୍ତି (Statement of Chief Minister) ପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର (Congress CLP Leader Narasimha Mishra ) । ନରସିଂହ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଉତ୍ତର ଦେବା ପରିବର୍ତ୍ତେ ନିଜ ବାସଭବନରୁ ଷ୍ଟେଟମେଣ୍ଟ ଦେଇଛନ୍ତି। ତାହା ସମସ୍ତଙ୍କୁ ନିରାଶ ଓ ଚକିତ କରିଛି।

ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟ ଦେଇଛନ୍ତି। ମମିତା ମେହେରର ଚରିତ୍ରସଂହାର ରାଜ୍ୟ ସରକାର କରିଛନ୍ତି ବିରୋଧୀ ନୁହଁନ୍ତି । ଯଦି ମମିତାର ପେନ ଡ୍ରାଇଭ ଗୃହରେ ଉପସ୍ଥାପିତ କରିଥାନ୍ତେ ତାହେଲେ ସତ୍ୟ ପଦାକୁ ଆସିଥାନ୍ତା । ବିରୋଧୀ ତାକୁ ଗ୍ରହଣ କରିଥାନ୍ତେ। ରାଜ୍ୟ ସରକାର ଏଫସିଆଇ ସହ ଧାନ ସଂଗ୍ରହ ନେଇ ଚୁକ୍ତିନାମା କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଧାନ ଉଠାଯାଉନାହିଁ। ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହା ପଢୁଛନ୍ତି ତାହା ବୁଝିନାହାନ୍ତି କିମ୍ବା ମିଥ୍ୟା କହୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରମାଣିତ କରିଛି ସେ ପରୋକ୍ଷରେ ହତ୍ୟାକାରୀ ଓ ଚକ୍ରାନ୍ତକାରୀଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି। ପରି ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ ପାଇଁ ଚିଠି ଲେଖିଥିଲେ। ଏଠି କାହିଁକି ପଛଘୁଞ୍ଚା ଦେଉଛନ୍ତି। ଆସନ୍ତାକାଲି କଂଗ୍ରେସ ତାର ପ୍ରତିବାଦକୁ ଆହୁରି ତୀବ୍ର କରିବ। ଏସଆଇଟି ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବି ଦୋହରାଉଛି ଦଳ କହିଛନ୍ତି ନରସିଂହ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.