ETV Bharat / city

OdishaAssembly: ବାଚସ୍ପତିଙ୍କୁ ଅଡୁଆରେ ପକାଇଲେ ନରସିଂହ ମିଶ୍ର

author img

By

Published : Jul 13, 2022, 8:57 PM IST

ବାଚସ୍ପତି ଓ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହର ବିନା ସୂଚନାରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିପୋର୍ଟ ଉପସ୍ଥାପନକୁ ନେଇ ବିଧାନସଭାରେ ବର୍ଷିଲେ ନରସିଂହ । ଏହା ସହ ଗୃହରେ ଅବ୍ୟବସ୍ଥା ଓ ସାମ୍ବାଦିକଙ୍କୁ ଗୃହକୁ ପ୍ରବେଶ ଅନୁମତି ନଥିବାରୁ ବାଚସ୍ପତିଙ୍କୁ ଘେରିଛନ୍ତି ନରସିଂହ । ଅଧିକ ପଢନ୍ତୁ

OdishaAssembly ବାଚସ୍ପତିଙ୍କୁ ଅଡୁଆରେ ପକାଇଲେ ନରସିଂହ ମିଶ୍ର

ଭୁବନେଶ୍ବର: ବାଚସ୍ପତି ଓ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହର ବିନା ସୂଚନାରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିପୋର୍ଟ ଉପସ୍ଥାପନକୁ ନେଇ ବିଧାନସଭାରେ ବର୍ଷିଲେ ନରସିଂହ । ଏହା ସହ ଗୃହରେ ଅବ୍ୟବସ୍ଥା ଓ ସାମ୍ବାଦିକଙ୍କୁ ଗୃହକୁ ପ୍ରବେଶ ଅନୁମତି ନଥିବାରୁ ବାଚସ୍ପତିଙ୍କୁ ପ୍ରଶ୍ନ କରିଛନ୍ତି ନରସିଂହ ।

ନରସିଂହ କହିଛନ୍ତି ଯେ, ଷ୍ଟାଣ୍ଡିଙ୍ଗ କମିଟି ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥାପନ କରିବାର ବିଧି ରହିଛି । ଗୃହରେ ଅନୁପସ୍ଥିତ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିପୋର୍ଟ ଉପସ୍ଥାପନ କରିଛନ୍ତି । ତେବେ ଏନେଇ କାହିଁକି ଗୃହକୁ ଆଗୁଆ ଅବଗତ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଯଦି ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ରିପୋର୍ଟ ଉପସ୍ଥାପନ କରିବେ ତେବେ ଅଥରାଇଜେସନ ଲେଟର ବା ଅନୁମତି ପତ୍ର ସମସ୍ତ ସଦସ୍ୟଙ୍କୁ ଦିଆଯାଏ । ତେବେ ଏହି ପତ୍ର ସଦସ୍ୟଙ୍କୁ ଦିଆଯାଇନଥିଲା । ତେଣୁ ତୁରନ୍ତ ଅଥରାଇଜେସନ ଲେଟର ଦାବୀ କରିଥିଲେ ନରସିଂହ । ଯେଉଁଥି ପାଇଁ ଅଡ଼ୁଆରେ ପଡିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏବଂ ସରକାର । ନରସିଂହ ଅଥରାଇଜେସନ ଲେଟର ପାଇଁ ଅଡି ବସିଥିବା ବେଳେ ବିଜେପି ବିଧାୟକଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଥିଲେ ।

ନରସିଂହ ଅଭିଯୋଗ କରିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଚୁପ ବସିଛନ୍ତି ବିଜେପିର ସଦସ୍ୟ । ତେବେ ଏହି ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ବିଧାନସଭା ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି ନରସିଂହ । ସେହିପରି ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀକୁ ଛଡା ନଯିବାକୁ ନେଇ ବାଚସ୍ପତିଙ୍କୁ ପ୍ରଶ୍ନ କରିଛନ୍ତି ନରସିଂହ । ଏହା ସହ ସାମ୍ବାଦିକଙ୍କୁ ଗୋଟିଏ ପାସ ଦିଆଯାଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ସାମ୍ବାଦିକ ସକାଳ 10 ରୁ ସନ୍ଧ୍ୟା 7 ଯାଏଁ ରିପୋର୍ଟ ଲେଖୁଛନ୍ତି । ଏଣୁ ସେମାନଙ୍କୁ ଦୁଇଟି ପାସ କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.