ETV Bharat / city

ଯୌନ କେଳେଙ୍କାରୀ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୁର

କଳାହାଣ୍ଡି ସନସାଇନ କଲେଜରେ ଯୌନ କେଳେଙ୍କାରୀ ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ

ଯୌନ କେଳେଙ୍କାରୀ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୁରଯୌନ କେଳେଙ୍କାରୀ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୁର
ଯୌନ କେଳେଙ୍କାରୀ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୁର
author img

By

Published : Nov 14, 2021, 8:39 PM IST

ଭୁବନେଶ୍ବର: କଳାହାଣ୍ଡି ସନ ସାଇନ କଲେଜରେ ଯୌନ କେଳେଙ୍କାରୀ ଘଟଣା । ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ । ଏହି ଘଟଣାରେ ତୃତୀୟ ମହଲାର ସମ୍ପୃକ୍ତି ଥିବା ନେଇ ସେ ଅଭିଯୋଗ ଆଣିବା ସହିତ ଏପର୍ଯ୍ୟନ୍ତ କଣ ପାଇଁ ତଦନ୍ତ ହେଲାନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଯୌନ କେଳେଙ୍କାରୀ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୁର

ମମିତା ମେହେର ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁର ପାପ ପେଡି ଦିନକୁ ଦିନ ଖୋଲିବାରେ ଲାଗିଛି । ସନ ସାଇନ କଲେଜରେ ରଙ୍ଗ ମହଲରେ ଯୌନ କେଳେଙ୍କାରୀ କାର୍ଯ୍ୟ ହେଉଥିଲା ବୋଲି ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଉକ୍ତ ସ୍କୁଲରେ ଯୌନ କେଳେଙ୍କାରୀ ହେଉଥିଲା ବୋଲି ପୋଲିସ ଏବଂ ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି ବୋଲି ସୁର କହିଛନ୍ତି ।

ସେଠାକୁ ବହୁ ବିଧାୟକ, ମନ୍ତ୍ରୀ, ରାଜନୈତିକ ବ୍ୟକ୍ତି ବିଶେଷ ଅତିଥି ଭାବରେ ଯାଇ ଅନୈତିକ କାର୍ଯ୍ୟ କରୁଥିଲେ । ହେଲେ ଏପର୍ଯ୍ୟନ୍ତ ତାହାର କଣ ପାଇଁ ତଦନ୍ତ ହେଉନାହିଁ । ସେ ଯେଉଁ ଦଳର ବି ହୁଅନ୍ତୁ ନା କାହିଁକି ସତ ସାମ୍ନାକୁ ଆସିବା ଦରକାର ବୋଲି ସୁର ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.