ETV Bharat / city

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦୁର୍ଭାଗ୍ୟଜନକ, ଆଉ ନୂଆ ପିଲା ଚାକିରି ପାଇବେନି: ସାଲୁଜା

ଓଡ଼ିଶାରେ ଶେଷ ହୋଇଛି ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ । ସମସ୍ତଙ୍କୁ ନିୟମିତ କରାଯାଉଥିବାବେଳେ, ସରକାରଙ୍କ ଏହି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ

author img

By

Published : Oct 16, 2022, 9:50 PM IST

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଆସନ୍ତା ଯୁବପିଢିଙ୍କ ଭବିଷ୍ୟତ ପାଇଁ ଦୁର୍ଭାଗ୍ୟଜନକ: ସାଲୁଜା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗକୁ ଶେଷ କରିଛନ୍ତି । ଏଥିଲାଗି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଉଚ୍ଛେଦ ଆସନ୍ତା ଯୁବପିଢିଙ୍କ ଭବିଷ୍ୟତ ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏ ନେଇ ବିଧାୟକ ସାଲୁଜା କହିଛନ୍ତି, "ସରକାର ଯେଉଁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିଛନ୍ତି, ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । କେତେ ବର୍ଷ କାମ କରିଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଚାକିରିକୁ ନିୟମିତ କରାଯିବ ସେ ନେଇ କୌଣସି ସୂଚନା ନାହିଁ । ଅନେକ କର୍ମଚାରୀ ୮ରୁ ୧୦ ବର୍ଷ କାମ କରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ଏ ନେଇ ମଧ୍ୟ ଏକ ରାୟ ରହିଛି ଯେ, ୧୦ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯାଉ । ତେବେ ସରକାର କାହାକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡି ନାହିଁ ।

ସରକାରଙ୍କ ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ । ମାତ୍ର ସରକାର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବନ୍ଦ କରନ୍ତୁ ନାହିଁ । କାରଣ ଚୁକ୍ତିଭିତ୍ତିକ ନିଯୁକ୍ତି ଲାଗି ରାଜ୍ୟରେ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଏହା ବନ୍ଦ ହୋଇଯିବା ଦ୍ବାରା ସେମାନଙ୍କୁ ଚାକିରି ମିଳିବ ନାହିଁ । ତେବେ ଏବେ ସେମାନଙ୍କୁ ଚାକିରି ଦେବାର ବ୍ୟବସ୍ଥା କରାଯାଉ । ରାଜ୍ୟ ସରକାର ପ୍ରତିବର୍ଷ ୨ ଲକ୍ଷଙ୍କୁ ଚାକିରି ଦେବାକୁ କହିଥିଲେ । ମାତ୍ର ୪ ବର୍ଷ ମଧ୍ୟରେ ୮ ହଜାରଙ୍କୁ ମିଳିନାହିଁ ।"

ସାଲୁଜା ଆହୁରି କହିଛନ୍ତି ଯେ, "୨୦୧୩ରୁ ପରଠାରୁ ନିଯୁକ୍ତି ଠିକା କର୍ମଚାରୀ ମାନଙ୍କୁ ଏହାର ଫାଇଦା ମିଳୁଥିବାବେଳେ ୨୦୦୦ରୁ ୨୦୧୩ ମଧ୍ୟରେ ଠିକାରେ ନିଯୁକ୍ତି କର୍ମଚାରୀ ଏବେ ଅନିଶ୍ଚିତତା ଭିତରେ ରହିଛନ୍ତି । ୭୦ହଜାର ଠିକା କର୍ମଚାରୀ ରହିଥିବାବେଳେ ୫୭ହଜାର କର୍ମଚାରୀ ଲାଭବାନ ହେବେ ଓ ଅବଶିଷ୍ଟ କର୍ମଚାରୀଙ୍କ ଭାଗ୍ୟ କଣ ହେବ ତାହା ଭବିଷ୍ୟତ କହିବ ।"

ଏହା ବି ପଢନ୍ତୁ- ରାଜ୍ୟରୁ ଉଚ୍ଛେଦ ହେଲା ଠିକା ନିଯୁକ୍ତି ବ୍ୟବସ୍ଥା, ନିୟମିତ ହେବେ ୫୭ ହଜାର କର୍ମଚାରୀ

ଆଜି ରବିବାର ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ନିଯୁକ୍ତି ଉଚ୍ଛେଦ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟରୁ ଗ୍ରୁପ୍‌-ବି, ସି ଓ ଡି ଠିକା ନିଯୁକ୍ତି ଉଚ୍ଛେଦ ହେଲା ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ୨୦୧୩ ଅଧିନିୟମ ଅନୁଯାୟୀ ନିଯୁକ୍ତ କର୍ମଚାରୀମାନେ ସ୍ଥାୟୀ ହୋଇଛନ୍ତି । ରାଜ୍ୟରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହୋଇଛନ୍ତି । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ଚୁକ୍ତି ଭିତ୍ତିକ କର୍ମଚାରୀ ନିଯୁକ୍ତି ନେଇ ସରକାର ୨୦୧୩ରେ ବିଙ୍ଗପ୍ତି ପ୍ରକାଶ କରିଥିଲେ । ଚୁକ୍ତି ଭିତ୍ତିକ କର୍ମଚାରୀ ନିଯୁକ୍ତି ନିୟମ ସମ୍ପର୍କରେ ୨୦୧୪ ଜାନୁଆରୀରେ ଗେଜେଟ ନୋଟିଫିକେଶନ ବାହାରିଥିଲା । ଗ୍ରୁପ ସି, ଗ୍ରୁପ ଡି ଏବଂ ଗ୍ରୁପ୍ ବି ଖେତ୍ରରେ ଏହି ଠିକା କର୍ମଚାରୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ନେଇ କର୍ମଚାରୀ ମହଲରେ ଖୁସିର ମାହୋଲ ଖେଳିଯାଇଛି ।

ଗତକାଲି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, "ଓଡିଶାବାସୀଙ୍କ ଆଶୀର୍ବାଦରେ ସେ ୨୦୦୦ ମସିହାରେ ଓଡିଶାବାସୀଙ୍କ ସେବାର ସୁଯୋଗ ପାଇଥିଲେ । ମହାବାତ୍ୟା ପରସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ସେତେବେଳେ ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା । ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ତେବେ ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.