ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ସମବାୟ ନିର୍ବାଚନ ଚାଲିଛି । ସମବାୟ ନିର୍ବାଚନକୁ କଂଗ୍ରେସର ସ୍ୱାଗତ । ଦଳ ମତ ନିର୍ବିଶେଷରେ ଭଲ ଓ ଅଭିଜ୍ଞ ଲୋକମାନେ ଆସିବା ଦରକାର ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ।
ସମବାୟ ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀ ଆସିବା ଦରକାର । ଦେଶର ବିଭିନ୍ନ ରାଜ୍ୟରେ ସମବାୟ କ୍ଷେତ୍ରରେ ଅନେକ ଉନ୍ନତି ଆସିଛି । ଓଡିଶାରେ ସମବାୟ ସମିତି ବହୁ ପଛରେ ପଡିଛି । ଏଥିପାଇଁ ଉପଯୁକ୍ତ ପ୍ରାର୍ଥୀ ଆସିବା ଦରକାର ବୋଲି ସୁର କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର