ETV Bharat / city

ମମତା ମେହେରଙ୍କ ପରିବାରକୁ ଭେଟିବେ ରଣଦୀପ ସୁରଜେବାଲା

author img

By

Published : Oct 27, 2021, 7:03 PM IST

ଆସନ୍ତାକାଲି(ଗୁରୁବାର) ଜାତୀୟ କଂଗ୍ରେସ ସମ୍ପାଦକ ରଣଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁ ଗସ୍ତ କରି ମମତା ମେହେରଙ୍କ ପରିବାରକୁ ସାକ୍ଷାତ କରିବେ । ଅଧିକ ପଢନ୍ତୁ...

ମମତା ମେହେରଙ୍କ ପରିବାରକୁ ଭେଟିବେ ରଣଦୀପ ସୁରଜେବାଲା
ମମତା ମେହେରଙ୍କ ପରିବାରକୁ ଭେଟିବେ ରଣଦୀପ ସୁରଜେବାଲା

ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ଜାତୀୟ କଂଗ୍ରେସ ସମ୍ପାଦକ ରଣଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁ ଗସ୍ତ କରି ମମତା ମେହେରଙ୍କ ପରିବାରକୁ ସାକ୍ଷାତ କରିବେ । ସେଠାରୁ ଫେରିବା ପରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ କରିବାର ଅଛି ।

୧ ତାରିଖରେ ସମଗ୍ର ଭାରତ ବର୍ଷରେ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ୫ ଟଙ୍କା ଦେଇ ୫ ବର୍ଷ ପାଇଁ ସଭ୍ୟ ହୋଇପାରିବେ । ଭୁବନେଶ୍ୱରରେ ମଧ୍ୟ ଏହା ଆରମ୍ଭ ହେବ ଯାହା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ୧୦ ଲକ୍ଷ ସଭ୍ୟ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ମମିତା ମେହେର ଘଟଣାରେ ସରକାରଙ୍କ ନୀରବତାକୁ ବରଦାସ୍ତ କରାଯିବ ନାହିଁ । କଂଗ୍ରେସ ଏନେଇ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏମଏସଏମଇ ବିଭାଗର ବୈଠକରେ ଯୋଗ ଦେଉଛନ୍ତି ହେଲେ ନିଜ ବିରୋଧରେ ଆସୁଥିବା ଅଭିଯୋଗ ନେଇ ମୁହଁ ଖୋଲୁନାହାନ୍ତି ।

ବିଜେଡିର ବରିଷ୍ଠ ମୁଖପାତ୍ର ମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ । ମହାଲିଙ୍ଗ କଲେଜକୁ ଗଣଶିକ୍ଷା ମନ୍ତ୍ରୀ ଗଲେ ନାହିଁ ହେଲେ, ଆଇନ ମନ୍ତ୍ରୀ ଯାଇ କାହିଁକି ପ୍ରଶଂସାରେ ପୋତି ଦେଉଥିଲେ ବୋଲି ପ୍ରଶ୍ନ କଲା କଂଗ୍ରେସ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜ ଜିଲ୍ଲାର ଘଟଣା ହୋଇଥିଲେ ସୁଦ୍ଧା ସମବେଦନା ନଜଣାଇବା ଲଜ୍ଜାଜନକ ବିଷୟ ବୋଲି କହିଛନ୍ତି PCC ଉପସଭାପତି ଜଜ୍ଞେଶ୍ବର ବାବୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.