ଭୁବନେଶ୍ବର: ରାଜ୍ୟ ସରକାର କୋରୋନା ସ୍ଥିତି ନେଇ ଜାରି କରିଥିବା ଆର୍ଥିକ କଟକଣାକୁ ବିରୋଧ କରିଛି କଂଗ୍ରେସ । ପ୍ରତିବାଦ ସ୍ବରୂପ କଂଗ୍ରେସ ଭବନ ପରିସରରେ ଜୋତା ପଲିସ କରିଛନ୍ତି କର୍ମୀ ।
ନିଯୁକ୍ତି ବନ୍ଦ କରିବା କଟକଣାକୁ ସେମାନେ ବିରୋଧ କରିଛନ୍ତି । ଏବେ ବେକାରୀ ବଢିବା ସହ ଏମିତି ବି ପେଟ ପାଟଣା ପାଇଁ ବାହାରୁ ଅନେକ ଯୁବକ ଗାଁକୁ ଫେରିଛନ୍ତି । ଏବେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢିଯିବ। ସ୍ଥିତି ଅଧିକ ବିଗିଡିବ ।
ତେଣୁ ସରକାର ବିକଳ୍ପ ବାହାର କରନ୍ତୁ ବୋଲି ଯୁବ କଂଗ୍ରେସ ଦାବି କରିଛି । ନଚେତ ଆଗାମୀ ଦିନରେ ସ୍ଥିତି ଭୟାନକ ହେବ । ଯେଉଁଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି । ତେବେ ଏହି ପ୍ରତିବାଦରେ ଏଥିରେ ସାମିଲ ଥିଲେ ବିଧାୟକ ସୁର ରାଉତରାୟ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ