ETV Bharat / city

’ମୋଦି ସରକାର ଚାଷୀ ବିରୋଧୀ, କୃଷି ଆଇନକୁ ବିରୋଧ ଜାରି ରହିବ’ - କୃଷି ବିଲ

କେନ୍ଦ୍ର ସରକାରଙ୍କ ଦ୍ଵାରା ଆଗତ କୃଷି ଆଇନକୁ ବିରୋଧ କଲେ ଦିଗବିଜୟ । କୃଷି ଆଇନ ଦ୍ୱାରା ଦେଶରେ କୃଷକ ଲାଭ ପାଇବେନି । ବିଦେଶରୁ ଖାଦ୍ୟ ଶସ୍ୟ ଆସିଲେ ଦେଶରେ ମୂଲ୍ୟ କମିଯିବ। ତେଣୁ ମୋଦି ସରକାର ଚାଷୀ ମାରଣା ଆଇନ କରୁଥିବା ଭୁବନେଶ୍ବରରେ ପ୍ରେସମିଟ କରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଅଧିକ ପଢନ୍ତୁ...

’ମୋଦି ସରକାର ଚାଷୀ ବିରୋଧି, କୃଷି ଆଇନକୁ ବିରୋଧ ଜାରି ରହିବ ’

author img

By

Published : Sep 24, 2020, 8:18 PM IST

Updated : Sep 24, 2020, 10:59 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦ୍ଵାରା ଆଗତ କୃଷି ଆଇନକୁ ବିରୋଧ କଲେ ଦିଗବିଜୟ । କୃଷି ଆଇନ ଦ୍ୱାରା ଦେଶରେ କୃଷକ ଲାଭ ପାଇବେନି । ବିଦେଶରୁ ଖାଦ୍ୟ ଶସ୍ୟ ଆସିଲେ ଦେଶରେ ମୂଲ୍ୟ କମିଯିବ । ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ, ଗହମ ବିଦେଶରୁ ଆସିଲେ ଏଠି ମୂଲ୍ୟ କମିଯିବ, ଦେଶରେ ଉତ୍ପାଦିତ ଦର କମିଯିବ, ତେଣୁ କୃଷକର ଲାଭ ହେବନି ବରଂ କ୍ଷତି ହେବ।

’ମୋଦି ସରକାର ଚାଷୀ ବିରୋଧି, କୃଷି ଆଇନକୁ ବିରୋଧ ଜାରି ରହିବ ’

ଅନ୍ତର୍ଜାତୀୟ ଟ୍ରେଡ଼ ଚାପର ବଶବର୍ତ୍ତୀ ହୋଇ ପ୍ରଧାନମନ୍ତ୍ରୀ ଏଭଳି କାମ କରୁଛନ୍ତି । ଗୁରୁବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସମ୍ବାଦିକ ସମ୍ମିଳନୀରେ କୃଷି ଆଇନ ଉପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ ବିଜୟ ସିଂହ। ବିଜେପି ଏପଟେ ଗୃହରେ ବିଜେପି କୁ ବିରୋଧ କରୁଛି ଆଉ ଅନ୍ୟପଟେ ସମର୍ଥନ କରୁଛି ।

ବିଜେଡ଼ି ବିଜେପି ଭିତରେ ଗୁପ୍ତ ସମ୍ପର୍କ ରହିଛି । ଯଦି ବିଜେଡି କୃଷି ଆଇନ କୁ ସମର୍ଥନ କରୁନି ତେବେ ଏହାକୁ ବିରୋଧ କରୁ ବୋଲି ଦିଗ ବିଜୟ କହିଛନ୍ତି । ଆଗକୁ କୃଷି ଆଇନକୁ ଜୋରଦାର ବିରୋଧ କରାଯିବ ।

କଂଗ୍ରେସ ନେତୃତ୍ୱରେ ପ୍ରାୟ ୧୨ ଟି ଦଳ ସହ ମିଶି ଆଗକୁ ଏହାର କଡା ବିରୋଧ କରାଯିବ । ସେହିପରି ଦିଗବିଜୟ କହିଛନ୍ତି MSP ବ୍ୟବସ୍ଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ କରିଥିଲେ ଏବଂ ସର୍ବଦା କଂଗ୍ରେସ ଚାଷାଙ୍କ ସ୍ବାର୍ଥ ସାଧନ ଦିଗରେ କାର୍ଯ୍ୟ କରିଆସିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 24, 2020, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.