ETV Bharat / city

‘ବିଶ୍ବାସ ସହିତ କଂଗ୍ରେସ ପାଇଁ କାମ କରିବି’ - mizoram and manipur state in charge

ମିଜୋରାମ ଓ ମଣିପୁରର କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତ ପାଇବେ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

‘ବିଶ୍ବାସ ସହିତ କଂଗ୍ରେସ ପାଇଁ କାମ କରିବି’
‘ବିଶ୍ବାସ ସହିତ କଂଗ୍ରେସ ପାଇଁ କାମ କରିବି’
author img

By

Published : Sep 12, 2020, 1:58 PM IST

ଭୁବନେଶ୍ବର: ମିଜୋରାମ ଓ ମଣିପୁରର କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତ ପାଇବେ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ଭକ୍ତ ଚରଣ ଦାସ । 2010ରୁ ଏବେ ଯାଏଁ ସେ କଂଗ୍ରେସର ମୁଖପାତ୍ର ରହିଛନ୍ତି । ପୂର୍ବରୁ ଅନେକ ରାଜ୍ୟର ପ୍ରଭାରୀ ଭାବେ କାମ କରିଛନ୍ତି । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧି ତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି, ତାକୁ ସେ ସୂଚାରୁ ରୂପେ ନିଭାଇଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ।

ସେହିପରି ବାହାର ରାଜ୍ୟରେ କଂଗ୍ରେସ ପାଇଁ କାମ କରୁଥିଲେ ମଧ୍ୟ ଓଡିଶା କଂଗ୍ରେସ ପାଇଁ ସବୁବେଳେ କାମ କରୁଥିବା ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ଚଳିତ ଥର ଯୋଗ୍ୟ ବ୍ୟକ୍ତିଙ୍କୁ ସବୁ ଦାୟିତ୍ବ ଦିଆଯାଇଛି । ସେମାନେ କଂଗ୍ରେସ ପାଇଁ ଭଲ କାମ କରିବେ ବୋଲି ମଧ୍ୟ ସେ କହିଛନ୍ତି ।

‘ବିଶ୍ବାସ ସହିତ କଂଗ୍ରେସ ପାଇଁ କାମ କରିବି’

ଏହାସହ ଓଡିଶାର ନୂଆ ପ୍ରଭାରୀ ହୋଇଥିବା ଚେଲା କୁମାରଙ୍କ ଉଦ୍ଦେଶ୍ୟରେ ନିଜ ମନ୍ତବ୍ୟ ଦେଇ ଭକ୍ତ କହିଛନ୍ତି,‘ସେ ଜଣେ ଭଲ ସଙ୍ଗଠକ । ତାଙ୍କ ସହିତ ମୁଁ ଗୋଆରେ କାମ କରିଛି ।’ ସେହିପରି ଜଣେ ମଣିଷ ଏକୁଟିଆ ଚାହିଁଲେ କିଛି ହେବ ନାହିଁ ସମସ୍ତେ ଚାହିଁଲେ ଦଳ ଆଗକୁ ଯିବ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଥାଉକି, ଗତକାଲି ଜିତେନ୍ଦ୍ର ସିଂଙ୍କ ବଦଳରେ ଓଡିଶାର କଂଗ୍ରେସ ପ୍ରଭାରୀ ଭାବେ ଚେଲାକୁମାରଙ୍କୁ ନିଯୁକ୍ତି ମିଳିଛି । ସେହିପରି ଭକ୍ତ ଚରଣ ଦାସଙ୍କୁ CWC ସଦସ୍ୟ କରାଯିବା ସହ ମିଜୋରାମ ଓ ମଣିପୁରର କଂଗ୍ରେସ ପ୍ରଭାରୀ ଦାୟିତ୍ବ ମିଳିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.